STORYMIRROR

Prasanta Kumar Behera

Romance Others

3  

Prasanta Kumar Behera

Romance Others

ଝିପିଝିପି ବର୍ଷାରେ

ଝିପିଝିପି ବର୍ଷାରେ

1 min
112

ଆଷାଢ଼ର ଆଗମନେ 

ମୋ ଦେହରେ ଖେଳିଯାଏ

ପ୍ରୀତିର ଜୁଆର l 

ମୌସୁମୀର ଝିପିଝିପି 

ପହିଲି ବୁନ୍ଦାରେ

ଭିଜିଯାଏ ଦେହ ମୋର 

ଭରିଦିଏ ଶୀତଳତା 

ମୋ ମନ ପ୍ରାଣରେ l

ଭଲଲାଗେ ହଜିବାକୁ

ସେତେବେଳେ ସେଇ 

ଅତୀତ ସ୍ମୃତିରେ

ଯେଉଁଠି ଛାଡିଆସିଛି

ସବୁ ସୁଖ, ସବୁ ସ୍ୱପ୍ନ

ମନର ଅପୂର୍ବ ଆବେଗ 

ସହ ଇପ୍ସିତ ଆଶା ସବୁଙ୍କୁ l

ତମ ପ୍ରଣୟର ଡୋର

ଆଖିର ସେଇ କଟାକ୍ଷ 

ତମ ସ୍ମିତ ହାସ 

ତମ ନିଃଶ୍ୱାସ, ତମ ଆଲିଙ୍ଗନ 

ତମ ପ୍ରତି ଥିବା 

ମୋର ସବୁ ବିଶ୍ୱାସ 

ସତେଜ ହୋଇ ଉଙ୍କିମାରେ 

ମୋ ମନ ପରଦାରେ

ସେତେବେଳେ ହରାଇ ବସେ 

ନିଜର ସମସ୍ତ ମାନବୀୟ ସତ୍ତା l

ତମେ କିନ୍ତୁ ଠିକ୍ ଜାଣ 

ତମ ବିନା ମୋ ପ୍ରେମ କାହାଣୀ

ସମ୍ପୂର୍ଣ୍ଣ ଅଧୁରା 

ଆଉ ଏ ଜୀବନ ବି ବୃଥା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance