ଝିଅଟିଏ ବୋଲି
ଝିଅଟିଏ ବୋଲି
ଝିଅଟିଏ ବୋଲି
ମୋର କ'ଣ ଅଧିକାର ନାହିଁ
ସମାଜରେ ସ୍ବାଧୀନ ଭାବେ ମୁଣ୍ଡ ଟେକି ଚାଲିବାକୁ ?
ମାତୃଗର୍ଭରୁ ଜୁଇପର୍ଯ୍ୟନ୍ତ
ପ୍ରତିମୂହୁର୍ତ୍ତ ମୋ ପାଇଁ ଅସୁରକ୍ଷିତ
ମୁଁ ନିର୍ଯ୍ୟାତିତା ,ଲାଞ୍ଛିତା
ଅପମାନିତା ଘୃଣିତା
କାହିଁକି ?
ମୋ ଶରୀର କ'ଣ
ଅନ୍ୟମାନଙ୍କ ପାଇଁ ଖେଳନା ?
ମୋ ଉପରେ ନାନା ଅତ୍ୟାଚାର ଚାଲେ
ମୁଁ କରିପାରେନା ପ୍ରତିବାଦ
ପାଟି ଖୋଲିଲେ
ମୋ ଦେହରେ କାଳେ
ଲାଗିଯିବ କଳଙ୍କ !
