ଝିଅ
ଝିଅ
ସାରୁ ପତର ରେ ବରଷା ପଡିଲେ
ମଣି ମୋତି ଢ଼ଳ ଢଳ,
ମା'ଙ୍କ କୋଡ଼ରେ ଝିଅଟିଏ ଥିଲେ
ଠାକୁରାଣୀ ଝଲ ମଲ ।
ଜୁଳୁଜୁଳିଆଟି ଅନ୍ଧରରେ ମାତି
ଆଲୁଅ ଦେଖାଏ ପଥ,
ବାପାଙ୍କ କୋଡ଼ରେ ଝିଅ ବସିଥିଲେ
ଘୁଂଚେ ଦୁଃଖ ପରବତ ।
ଭଉଣୀର ରକ୍ଷା ଭାଇଙ୍କ ହାତରେ
ବାନ୍ଧିଦେଲେ ଗଲା ଡର,
ଚାନ୍ଦିନୀ ରାତିରେ ଜହ୍ନ ହସୁଥାଏ
ଝିଅଟିଏ ଥିଲେ ଘର ।
ଗାଁ ର ଦାଣ୍ଡରେ ଝିଅମାନେ ଗଲେ
ଲଷ୍ମୀ ଆସନ୍ତି ଚାଲି,
ପୋଖରୀ ପଙ୍କରୁ ପଦୁଆଁ ଫୁଟାଇ
ସୁନା ହୁଏ ମାଟି ଗୋଡି ।
ବିଦ୍ୟାଳୟ ଯେବେ ପାଠ ପଢି ଯିବେ
ଜଳିଲା ଆକାଶ ଦୀପ,
ଏକରୁ ଅନେକ ଦୀପଜଳିଗଲା
ମାରିବେନି କେହି ଟିପ ।
ତୁମକୁଳବଧୂ ଆମ ଗାଁ ଝିଅ
ମମତାର ନାହିଁ ଫାଟ,
ଦୁଈକୂଳଦେଇ ନାଆଟି ବୁହଇ
ପାରି କରୁଥାଏ ଘାଟ ।
