STORYMIRROR

Dasarathi Sahu

Inspirational

3  

Dasarathi Sahu

Inspirational

ଝିଅ ନୁହେଁଁ ଝରା ବଉଳ

ଝିଅ ନୁହେଁଁ ଝରା ବଉଳ

1 min
3.0K


ଝିଲି ମିଲି ତାରା ଝିଅର ଜୀବନି

ଅନ୍ଧାରେ ଜାଳେ ରୋଷଣି

ଅନନ୍ୟା ଅବର୍ଣ୍ଣନିୟା କନ୍ୟା ରତ୍ନ

ଯେମିତି ପରଶମଣି

କେବେ ସେ ଜନନୀ,ଜାୟା ଓ ଭଗିନୀ

ବାନ୍ଧୁଥାଏ ସ୍ନେହ ଡୋରେ

ଝିଅ ନୁହେଁ କେବେ ଝରା ବଉଳ ସେ

ସମୟ ସବୁଜିମାରେ

ଚୋରା ଚଇତାଳି ଛାତି ଚିରିଦେଇ

ଶାନ୍ତିର କପୋତି ହୋଇ

ମଳୟର ମିଠା ଛୁଆଁ ତାଳେ ତାଳେ

ଦୁଃଖକୁ ଦିଏ ଭୁଲେଇ

ଦି କୂଳକୁ ହିତା ନାମତା ଦୁହିତା

ବାର ମାସେ ତେର ବ୍ରତ

ଅନ୍ୟ ସେବା ଲାଗି ଅଣ୍ଟେନି ସମୟ

ସଦାସେ ଉତ୍ସର୍ଗିକୃତ

ପ୍ରତି ମୂହୁର୍ତ୍ତେ ବଦଳେତା କାହାଣୀ

ବଦଳେତା ମାନଚିତ୍ର

କେବେ କାହାପାଇଁ ସାଜେତ ବଇରି

ହେଉଥାଏ ଉପେକ୍ଷିତ

ନାରୀ ବିନା ନର ଅଧୁରା ସଂସାର

ଏକଥା ସଭିଙ୍କୁ ଜଣା

ଆଦ୍ୟ ଶକ୍ତି ନାରୀ ସବୁ ସୁଖ ଶିରି

ନାହିଁ କେଉଁଥିରେ ଉଣା

ଜାଗ୍ରତ ହୁଅରେ ଏ ଜନ ଜଗତ

ସ୍ୱଳ୍ପ ନାରୀ ଅନୁପାତ

ପ୍ରଭୁଙ୍କ ପରି ଲକ୍ଷ୍ମୀଙ୍କୁ ନ ଲୋଡିଲେ

ମିଳିବନି ମୁଠେ ଭାତ


ଦାଶରଥି ସାହୁ

କଳମ୍ବ/ଗଜାଂମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational