Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଝିଅ ଜନ୍ମଦିନ

ଝିଅ ଜନ୍ମଦିନ

1 min
278


ଝିଅ ଜନମ ପର ଘରକୁ ଦୂରେ

       ଦେଲି ମୁଁ ବାହା

ରାଜ କୁମାରେ ସଅଁପି ଦେଲି

    ସୁନ୍ଦର ତାର ଗାଆଁ l


କିଛି ନ ନେଲା ସେମିତି ଗଲା

     କହିଲା ଶୁଣ ବାପା

ମୋତେ ପା ତୁମେ କରିଛ ଯୋଗ୍ୟ

     ଚିନ୍ତା କରୁଛ କିମ୍ପା l


ଦୁର ବିଦେଶେ କେଉଁଠି ଯାଇ

      ରଚିଛି ତାର ନୀଡ଼

ପାଞ୍ଚ ବରଷ ଗଲାଣି ବିତି

     ଖାଲି ପଡ଼ିଛି କୋଡ଼ l


ଘେନ ମିନତି ଗ୍ରାମ ଦେବତୀ

    ମାଆଲୋ ବରୁଣେଇ

ରାଧା ରମଣ ନୋହି କୃପଣ

   କୋଳ ଦିଅ ପୁରେଇ l


ଝରାଏ ଲୁହ ଅମା ପୁନିଅଁ

    ଝୁରେ ମୁଁ ଦିନ ରାତି

କରୁଣାମୟୀ ମୋ ଝିଅ ଜୋଇଁ

    ସୁଖରେ ନିଶ୍ଚେ ଛନ୍ତି l


ଯେ ବେଳେ ଗଲା ମୋତେ କହିଲା

   ଯାଉଛି ଘୋର ବନେ

ମୋ ବାପ ମାଆ ରହିବେ ଆହା

  ଚିର କାଳେ ମୋ ମନେ l


କେତେ ବୁଝାଇ କହିଲି ମୁହିଁ

   ଶୁଣଲୋ ମୋର ରାଣୀ

ଶାଶୁ ଶଶୁର ସେବା କରିବୁ

   ଦେବତା ତାଙ୍କୁ ମଣି l


ଶୁଣ ସମୁଦୀ ମୋ ସମୁଦୁଣୀ

    ଝିଅ ମୋ ଅଲିଅଳି

ତାଙ୍କୁ ବୁଝାଇ କହିଲି ମୁହିଁ

   କେବେ ଦେବନି ଗାଳି l


ଆଜି ତାହାର ଜନମ ଦିନ

     ମନ ବୁଝଇ ନାହିଁ

ଝିଅଟି ମୋର ଦୁର ବିଦେଶେ

    କେମିତି ଥିବ ରହି ।


ଯେଉଁଠି ଅଛି ମାଆଟି ମୋର

   ସୁଖରେ ରହିଥାଉ 

ଶ୍ରୀଜଗନ୍ନାଥ କରୁଣା ହସ୍ତ

  ତା ଶିରେ ସଦା ରହୁ l

      


Rate this content
Log in

Similar oriya poem from Inspirational