STORYMIRROR

Sudeshna Pradhan

Inspirational

4  

Sudeshna Pradhan

Inspirational

ଝିଅ ଜନମ

ଝିଅ ଜନମ

1 min
555

ଝିଅ ଜନମ ପର ଘରକୁ         

ପର କରିଯାଏ ଆପଣା ଲୋକଙ୍କୁ        

ବାପ ଘରେ ଝିଅ ପୋଷା ଖେଳନା       

ଶାଶୁ ଘରେ ସାଜେ ଚଲା ଘୋରଣା       

ଏ ଦୁନିଆ… କହ କହ         

ଝିଅ ଜନମ ତେବେ କୋଉ କୂଳକୁ ?      

ଆପଣା କରି କହିବ ଆଉ କାହାକୁ?      

କେହି ବୋଲି ତାର ନାହିଁ ନିଜର       

ନିଜେ ବି ସେ ତ ନୁହେଁ କାହାର       

ବେଦିରେ ବସିଲେ ଗୋଟିଏ ଥର       

ସରିଗଲେ ଥରେ ତା ବାହାଘର        

ତା'ବାପଘର...

ଆଉ ଶାଶୁଘର       

ପଚାରନ୍ତି ଭଲ କିଲୋ ମା' ତୁମର ?      

'ତୁମଘର' ଲାଗିଯାଏ ଝିଅ ମୁଣ୍ଡକୁ        

ଜାଣେନା ସେ ନିଜେ ଥାଏ କେଉଁ କୂଳକୁ |    

ଭୁଲ କଲେ ବାପାମାଆ ରାଗୁନଥାନ୍ତି      

ରାଗିଲେ ସେ ତାକୁ ବୁଝାଉଥାନ୍ତି       

ଏବେ କିନ୍ତୁ ତାକୁ ବୁଝନ୍ତି ନାହିଁ           

ସତେ ଯେମିତି ସେ ପର ଅଟଇ    

ହେ ପ୍ରଭୁ!.....କୁହ କୁହ?         

କାହା ପାଇଁ ଏ ନାରୀ ହୃଦୟ         

ସହ୍ୟ କରିଥାଏ ସବୁ କଥାକୁ        

କହିନପାରେ କେବେ କାହାକୁ |      

ଦେବତା ରୂପେ ଭାବେ ସ୍ୱାମୀକୁ ତାର      

ଦେବାକୁ ପ୍ରସ୍ତୁତ ତା ଜୀବନ ଧାର       

ସ୍ୱାମୀ ଯଦି ବାଣ୍ଟିଦିଏ ଶରୀର          

ସ୍ତ୍ରୀ ରୂପେ କରିବ କି ପ୍ରତିକାର ?     

କୁହ ରାମ.... ପୁରୁଷୋତ୍ତମ         

କୃଷ୍ଣ ରୂପେ ବହୁ ନାରୀଗଣ        

କାହିଁପାଇଁ କରିଥିଲ ସ୍ୱୀକାର ?       

କି ଉତ୍ତର ଦେବ ନାରୀ କୂଳକୁ ?       

ନୁହେଁ ମୁଁ ରାଧା ନୁହେଁ ରୁକ୍ମିଣୀ        

ସୀତା ଅବା ଲକ୍ଷ୍ମୀ ପାରୁନି ଜାଣି       

ମନେ ମନେ ଖୋଜେ ପତି ମୋହର         

ହୋଇଥାନ୍ତୁ ସତୀଙ୍କର ଶଙ୍କର      

ଜାଣେନା... କାମଦେବ          

କଳିଯୁଗେ କି ନାମ ଦେବ!         

ଅବା ପାରିବିକି କରି ଭସ୍ମ ଏହାକୁ?      

କେମିତି ଲାଗିବ କୁହ ରତିଙ୍କୁ ?    

ପାରୁନି ନିଜକୁ ମାଦ୍ରୀ ସଜାଇ         

ପାରୁନି ବି ନିଜେ ସୁଭଦ୍ରା ହୋଇ  

ଗଙ୍ଗା ପରି ବୋଧେ ମୁଁ ଅଭିଶପ୍ତ    

ମୋ ପତି ନ ହୋଇଥାନ୍ତୁ ଦୁଷ୍ମନ୍ତ     

ହେ ପ୍ରଭୁ...ନାରାୟଣ         

ବ୍ରହ୍ମଦେବ ଶୁଣ ଶୁଣ...      

କେମିତିକା ସୃଷ୍ଟି କରିଅଛ ମୋତେ     

ମୋ ଦୁଃଖ କହିବି ଆଉ କାହାକୁ ?    

ଝିଅ ବୋଲି ଜମା ଦୁଃଖ କରିନି      

ଝିଅର ମହତ କେ ବୁଝନ୍ତିନି      

ସେଇ ଝିଅ ଅଟେ ସବୁରି ମାଆ         

ଏଇ ଦୁନିଆର ଜନମଦାତା...   

ନାରୀ ଯେବେ... 

ଶତ୍ରୁ ଅଟେ ନାରୀର     

ଭୁଲିଯାଏ ସିଏ ତା ରୂପଧାର     

ଗୁହାରି କରିବ ଆଉ କାହାକୁ       

ଦୋଷ ଦେବ ନିଜ କପାଳକୁ |    

ଝିଅ ଜନମ... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational