STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଜଗତରେ ଶ୍ରେଷ୍ଠ

ଜଗତରେ ଶ୍ରେଷ୍ଠ

1 min
182


ଜଗତରେ ଶ୍ରେଷ୍ଠ ମୋ ଦେଶ ଭାରତ

ଗାଏ ଏକତାର ଗୀତି

ନାଲି ଆଖି ଦେଖି ଡରିଯିବା ନାହିଁ

ନସଞ୍ଚରେ ମନେ ଭୀତି।

ବୀର ପ୍ରସବିନୀ ଜଗତ କଲ୍ୟାଣୀ

କୋଳେ କୋଟି ବୀର ସୁତ

ଦେଶ ମାତୃକାର ସେବା ମୂଳମନ୍ତ୍ର

ଦେଶପ୍ରେମ ହୃଦେ ଜାତ।

ଉଜାଗର ରହି ସୀମା ଜଗେ ସେହି

ନିଦ୍ରାଦେବୀ ମନ ଜିତି

ଜନ-ଗଣ-ମନ ମୁଖେ ଉଚ୍ଚାରଣ

ବିଶ୍ଵଶାନ୍ତି ମୂଳଭିତ୍ତି।

ସର୍ବେ ସମ୍ମିଳିତ ନିଅନ୍ତି ଶପଥ

ଅରି ନାଶ ମୂଳ ଲକ୍ଷ୍ୟ

ମମତା ବନ୍ଧନେ ବନ୍ଧା ଭାବ ଡୋରେ

ତ୍ରିରଙ୍ଗା ତା ବଟବୃକ୍ଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract