ଜଗତର ନାଥ
ଜଗତର ନାଥ
ଜଗତର ନାଥ ଆହେ ଜଗନ୍ନାଥ
ତୁମେ ଉତ୍କଳର ସ୍ୱୟଂ ସାହିତ୍ୟ
ଭାଇ ଭଗ୍ନି ସାଥେ ପରିବାର ମହତ
ପୂର୍ଣ୍ଣବ୍ରହ୍ମ ତୁମେ ଦେଖିଲେ ନେତ୍ର ପବିତ୍ର
ପାପ କ୍ଷୟ ଯାଇ ମୁକ୍ତି ପାଏ ଭକତ
ଆହେ ଦୀନନାଥ ଭାବେ ବନ୍ଧା ଶତ ପ୍ରତିଶତ
ବାରମାସେ ତଵ ତେର ଯାତ୍ରା ଅଟେ ଶାଶ୍ୱତ
ଉତ୍କୀଳୀୟ ନୀତି କାନ୍ତି ରହିଥାଉ ଯୁଗପତ
କ୍ଷମା କରି ହରି ଦିବ୍ୟଦର୍ଶନରେ ଫେଡ଼ ଆରତ
ଦୂରୁ ଦେଖି ତଵ ପତିତପାବନବନା ନେତ୍ର ପବିତ୍ର
ନିଜ ରୂପ ତୁମ ଭୂଗୋଳ କହେ ବେଦ ଭାଗବତ
ଗୀତଗୋବିନ୍ଦର କଳଗାଉଣାରେ ଦ୍ରଵିଭୂତ
ତୁମେ ସଂହତି ତୁମେ ସଂସ୍କୃତି ଯାହା ଆଦୃତ
ଯୁଗ୍ମ ଅଯୁଗ୍ମ ଭିତରେ ଯୌଗିକ ସଂଖ୍ୟାରେ ନିତ୍ୟ
ତୁମରି ଭଜନ ତୁମରି ଜଣାଣ ଅନେଶତରେ ସତ୍ୟ
ତୁମେ ଚାରିଧାମ ତୁମେ କଳାଧନ କହେ ଜଗତ
ତୁମ କୃପା ବାରି ମୁଣ୍ଡେ ପଡୁ ଝରି ହରି ଯିବି ତରି ନିଶ୍ଚିତ
ତୁମ ଚକାଆଖି ମନେ ଅଛି ଲାଖି ପରାଣ ବିକିଛି ନାଥ
ଭକ୍ତ ହସ୍ତ ଧରି ହରି ଏଭବ ସାଗର ତରୀ କରି ସମାପ୍ତ
ରଖ ଦୀନବନ୍ଧୁ ଯୋଡୁଛି ହସ୍ତ କରନା ଅସାମାପ୍ତ
ଭିକ୍ଷୁକ ଟିଏ ମୁଁ କୈବଲ୍ୟ ଟିକିଏ ପାଇ କରୁଛି ପ୍ରଣିପାତ
ଯୁଗ ବିତୁ ହେଲେ ଓଡ଼ିଆର ରହୁ ମାନମହତ
ତୁମେ ଅଛ ଥିଲ ଥିବ ସୂର୍ଯ୍ୟ ଚନ୍ଦ୍ର ହେବେ ଆତଯାତ
ରଖେ ହରି ମାରେ କିଏ ଅନାଥ ହେ ଜଗତନାଥ
ସମ୍ପୃକ୍ତି ତୁମର ଦିଗବାରେଣୀର ନବଦିଗନ୍ତ
ବଞ୍ଚିଛି ଭକ୍ତ ତୁମରି ଆଶ୍ରିତ ବାଣ୍ଟି ଯିବ ପରମ୍ପରା ସାହିତ୍ୟ
ସାହିତ୍ୟରେ ଦେଶ ଭାଷା ଜାତି ପ୍ରୀତିସ୍ବଦେଶୀ ଯୁକ୍ତ
ତୁମେ ଅନୁଭବ କର ଅନୁଭବି ଲେଖିବାକୁ ସ୍ୱଳ୍ପ ବହୁତ ll