STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଜଗତର ନାଥ

ଜଗତର ନାଥ

1 min
310


ଜଗତର ନାଥ ଆହେ ଜଗନ୍ନାଥ

ତୁମେ ଉତ୍କଳର ସ୍ୱୟଂ ସାହିତ୍ୟ

ଭାଇ ଭଗ୍ନି ସାଥେ ପରିବାର ମହତ

ପୂର୍ଣ୍ଣବ୍ରହ୍ମ ତୁମେ ଦେଖିଲେ ନେତ୍ର ପବିତ୍ର

ପାପ କ୍ଷୟ ଯାଇ ମୁକ୍ତି ପାଏ ଭକତ

ଆହେ ଦୀନନାଥ ଭାବେ ବନ୍ଧା ଶତ ପ୍ରତିଶତ

ବାରମାସେ ତଵ ତେର ଯାତ୍ରା ଅଟେ ଶାଶ୍ୱତ

ଉତ୍କୀଳୀୟ ନୀତି କାନ୍ତି ରହିଥାଉ ଯୁଗପତ

କ୍ଷମା କରି ହରି ଦିବ୍ୟଦର୍ଶନରେ ଫେଡ଼ ଆରତ

ଦୂରୁ ଦେଖି ତଵ ପତିତପାବନବନା ନେତ୍ର ପବିତ୍ର

ନିଜ ରୂପ ତୁମ ଭୂଗୋଳ କହେ ବେଦ ଭାଗବତ

ଗୀତଗୋବିନ୍ଦର କଳଗାଉଣାରେ ଦ୍ରଵିଭୂତ

ତୁମେ ସଂହତି ତୁମେ ସଂସ୍କୃତି ଯାହା ଆଦୃତ 

ଯୁଗ୍ମ ଅଯୁଗ୍ମ ଭିତରେ ଯୌଗିକ ସଂଖ୍ୟାରେ ନିତ୍ୟ

ତୁମରି ଭଜନ ତୁମରି ଜଣାଣ ଅନେଶତରେ ସତ୍ୟ

ତୁମେ ଚାରିଧାମ ତୁମେ କଳାଧନ କହେ ଜଗତ

ତୁମ କୃପା ବାରି ମୁଣ୍ଡେ ପଡୁ ଝରି ହରି ଯିବି ତରି ନିଶ୍ଚିତ

ତୁମ ଚକାଆଖି ମନେ ଅଛି ଲାଖି ପରାଣ ବିକିଛି ନାଥ

ଭକ୍ତ ହସ୍ତ ଧରି ହରି ଏଭବ ସାଗର ତରୀ କରି ସମାପ୍ତ

ରଖ ଦୀନବନ୍ଧୁ ଯୋଡୁଛି ହସ୍ତ କରନା ଅସାମାପ୍ତ

ଭିକ୍ଷୁକ ଟିଏ ମୁଁ କୈବଲ୍ୟ ଟିକିଏ ପାଇ କରୁଛି ପ୍ରଣିପାତ

ଯୁଗ ବିତୁ ହେଲେ ଓଡ଼ିଆର ରହୁ ମାନମହତ

ତୁମେ ଅଛ ଥିଲ ଥିବ ସୂର୍ଯ୍ୟ ଚନ୍ଦ୍ର ହେବେ ଆତଯାତ

ରଖେ ହରି ମାରେ କିଏ ଅନାଥ ହେ ଜଗତନାଥ

ସମ୍ପୃକ୍ତି ତୁମର ଦିଗବାରେଣୀର ନବଦିଗନ୍ତ

ବଞ୍ଚିଛି ଭକ୍ତ ତୁମରି ଆଶ୍ରିତ ବାଣ୍ଟି ଯିବ ପରମ୍ପରା ସାହିତ୍ୟ

ସାହିତ୍ୟରେ ଦେଶ ଭାଷା ଜାତି  ପ୍ରୀତିସ୍ବଦେଶୀ ଯୁକ୍ତ

ତୁମେ ଅନୁଭବ କର ଅନୁଭବି ଲେଖିବାକୁ ସ୍ୱଳ୍ପ ବହୁତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics