STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଜଗତର ନାଥ

ଜଗତର ନାଥ

1 min
225

ଲୀଳାମୟ ହରି   ମଂଚେ ଅବତରି 

    ନୀଳାଚଳେ କର ଲୀଳା

ପୂର୍ଣ୍ଣବ୍ରହ୍ମ ସେତ   ଜଗତେ ବିଖ୍ୟାତ 

    ବିଜେ ନେଇ ଷୋଳ କଳା

ସଂପର୍କର ଡୋରି   ଭକତକୁ ଭିଡି

     ଟାଣିଆଣେ ଦୂର ଦେଶୁ

ଚକା ନୟନରେ    ଚକ୍ଷୁ ମିଶିଗଲେ 

     ଚକିତେ ତୁହି ଭରଷୁ

ନୀଳଚକ୍ର ନେତ    ପାପଛଡା ବେତ

      ଜୟ ଜଗନ୍ନାଥ ଡାକ

ହଜିଯାଏ ଦେହ    କରି ଅବଗାହ

      ସୁମରି ଭୁଷଣ୍ଡି କାକ

ଖିରିପୁରି ଛାଡି    ତୋ ଟଂକ ତୋରାଣୀ

      ପିଇବାକୁ ପ୍ରାଣ ଚାହେଁ 

ତୋ ଛଡା ତୁଳସୀ   ହେଉ ପଛେ ବାସୀ

      ଆନ କିଛି ଲୋଡା ନୁହେଁ

ତୁଣ୍ଡର ଲାଳସା    ଅବଢା କଣିକା

      ନାହିଁ ଜାତି ନାହିଁ ଗୋତ୍ର

ଉଚ୍ଚିଷ୍ଟ ନବାରି     ତୁଣ୍ଡେ ଦେଲେ ମାରି

      ହୋଇଯାଏ ସିଏ ମିତ୍ର

କଳ୍ପବଟ ମୂଳେ     କଳପନା ତୋଳେ 

      ଜୀବ ଯିବା ବେଳେ ଜଗା

ଦରଶନ ଦେବୁ     ଲୀନ କରାଇବୁ

     ଛିଡାଇ ଭବର ପଘା

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract