STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଜଗତର ନାଥ ପ୍ରଭୁ ଜଗନ୍ନାଥ

ଜଗତର ନାଥ ପ୍ରଭୁ ଜଗନ୍ନାଥ

1 min
432

ଜଗତର ନାଥ ଜଗନ୍ନାଥ ତୁମେ

କାର୍ତ୍ତିକ ପୂର୍ଣ୍ଣିମା ଆଜି 

ନିତ୍ୟକର୍ମ ସାରି ତହରି ଚରଣେ

ଧ୍ୟାନ କରିଅଛି ଆଜି।୧।


ମୁରୁଜେ ଲେଖିଛି ପ୍ରତିମୂର୍ତ୍ତି ତୋର

ଭକ୍ତି ପ୍ରେମ ଶ୍ରଦ୍ଧା ଦେଇ 

ଆକଶ ଦୀପଟି ଟେକି ମୁଁ ଦେଇଛି

ତୋହରି ନାମକୁ ନେଇ।୨।


ଆବିର୍ଭାବ ହୁଅ ହୃଦୟ କୋଣରେ

ଧର୍ମପଥଗାମୀ କର 

ସତ୍ୟପଥେ ରଖି କର୍ମପଥ ଦିଅ

ପିଣ୍ଡକୁ ପବିତ୍ର କର।୩।


ଆଶା ନାହିଁ ପ୍ରଭୁ ଧନ ସମ୍ପତ୍ତିରେ

କର୍ତ୍ତବ୍ୟ ପୂରଣ କର 

ଜୀବନ କର୍ତ୍ତବ୍ୟ କର ହେ ପୂରଣ

ଜୀବନ ସାର୍ଥକ କର।୫।


କଦଳୀ ଗଛରେ ଡ଼ଙ୍ଗା ମୁଁ କରିଛି

ଦୀପ ଜାଳି ଦେଲି ତହିଁ 

ପାନ ଗୁଆ ଥୋଇ ଡ଼ଙ୍ଗା ଛାଡ଼ି ଦେଲି

ପୂଜନ ନୈବେଦ୍ୟ ତହିଁ।୬।


ଭକ୍ତିର ଡ଼ଙ୍ଗାକୁ ତହରି ପୂଜନେ

ଭକ୍ତିପୂତେ ଛାଡ଼ି ଦେଲି 

ବଡ଼ଦେଉଳର କୁଳରେ ଲାଗିବ

ଚରଣେ ଧ୍ୟାନ ରଖିଲି।୮।


ହେଳା ନ କରିଣ ଗ୍ରହଣ କରିବୁ

ମନୋବାଞ୍ଚା ପୂର୍ଣ୍ଣ ହେବ 

ପବିତ୍ର ମାସର କାର୍ତ୍ତିକ ସ୍ନାହାନ

ତେବେହିଁ ସାର୍ଥକ ହେବ।୯।


ତବ ପଦେ ଭକ୍ତି ନିତ୍ୟେ ଥାଉ ମୋର 

ନାମ ଜପାମଳି ହେଉ 

ଜଗନ୍ନାଥ ନାମ ଗୁଞ୍ଜୁ ହୃଦୟରେ

ନ୍ୟାୟ ପଥେ ପଥ ହେଉ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational