Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Classics Inspirational

4  

Ajit Kumar Raut

Classics Inspirational

ଜଗତର ନାଥ ପ୍ରଭୁ ଜଗନ୍ନାଥ

ଜଗତର ନାଥ ପ୍ରଭୁ ଜଗନ୍ନାଥ

1 min
428


ହେ ଜଗତର ନାଥ

ଫୁଲର ଉତ୍ପତ୍ତି ହୋଇଛି ବିଶ୍ବରେ

ତୋହରି ପୂଜାର ପାଇଁ

ସୁଗନ୍ଧିତ କରେ ପବିତ୍ର ଧରାକୁ

ନିସ୍ବାର୍ଥ ସେବାର ପାଇଁ।୧।


ଧର୍ମ ଦେଇଅଛ କର୍ମ ଦେଇଅଛ

ଜଗତ କଲ୍ୟାଣ ପାଇଁ

ଜୀବନ ଦେଇଛ ଶକ୍ତି ବି ଦେଇଛ

ପ୍ରାଣୀଙ୍କ ଉଧାର ପାଇଁ।୨।


ଜ୍ଞାନ ବି ଦେଇଛ ଅଜ୍ଞାନ ଦେଇଛ

ଜ୍ଞାନ ପଥେ ଯିବା ପାଇଁ

ଅଜ୍ଞାନର ପଥ ନ ମିଳୁ ଜୀବନେ

ନରକ ଭୋଗିବା ପାଇଁ।୩।


ପାପ ବି ଦେଇଛ ପୁଣ୍ୟ ବି ଦେଇଛ

ପୁଣ୍ୟ ପଥେ ଯିବା ପାଇଁ

ଭକ୍ତି ବି ଦେଇଛ ଦୟା ବି ଦେଇଛ

ସତ୍ୟ ପଥେ ଯିବା ପାଇଁ।୪।


ଶକ୍ତି ଦିଅ ପ୍ରଭୁ ଜୀବନେ ମୋହର

ଶ୍ରୀ ଚରଣେ ଯିବା ପାଇଁ

ଭକ୍ତି ଶକ୍ତି ମତେ ପ୍ରଦାନ କର ହେ

ଚରଣ ପୂଜିବା ପାଇଁ।୫।


ଫୁଲର ଉତ୍ପତ୍ତି ହୋଇଛି ବିଶ୍ବରେ

ତୋହରି ପୂଜାର ପାଇଁ

ସୁଗନ୍ଧିତ କରେ ପବିତ୍ର ଧରାକୁ

ନିସ୍ବାର୍ଥ ସେବାର ପାଇଁ।୬।


Rate this content
Log in

Similar oriya poem from Classics