ଜଗତେ ପାଇବ ବହୁ ଚରିତ୍ର
ଜଗତେ ପାଇବ ବହୁ ଚରିତ୍ର
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
କାହାର ଭଲ ଵ୍ୟଵହାର,
ଥାଏ ନମ୍ରତାର ସ୍ୱର,
ମନ ତୋଷେ ଅମୃତ ପରି.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ଭାଷାରେ ରଂଗେଇ ଦିଏ
ହୃଦୟରେ ଶାନ୍ତି ଭରିଦିଏ,
ତାର ମନରେ ସ୍ୱଚ୍ଛତା ଥାଏ.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ଅନ୍ଧ ପୁଟୁଳି ଆଖିରେ ପିନ୍ଧି ଥାଏ,
ଅବିଶ୍ବାସ, କୁସଂସ୍କାରରେ ଭରିଛି ପ୍ରାଣ,
ମଣିଷ ନୁହେଁ, ସେ ତ ପଶୁ ସମାନ.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ଅତ୍ୟାଚାରୀ ନାରୀ ନର,
ନାହିଁ ଶାଳୀନତା ତାଂକର,
ନିରୀହଂକୁ କରନ୍ତି ସେମାନେ ଶିକାର.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ସାଧୁତା ଶୁଦ୍ଧ ସଚ୍ଚୋଟତାରେ,
ବିଶ୍ୱାସ ଥାଏ ମମତା ଵନ୍ଧନରେ,
ମହକି ଉଠେ ଧରା ତାର କର୍ମରେ.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ଛାୟା ମାୟାରେ ଯେ ବନ୍ଧା ହୁଏ,
ପାପ ଚିନ୍ତାରେ ତାର କାୟା ଥାଏ,
ମନକୁ ଆକୃଷ୍ଟ କରି ପାପ ଶିକ୍ଷା ଦିଏ.
ସୃଷ୍ଟି ବଡ଼ ବିଚିତ୍
ର,
ଜଗତେ ପାଇବ ବହୁ ଚରିତ୍ର,
ବ୍ୟବସାୟୀ ଖାଲି ମନ ଲାଭରେ,
ଅଳ୍ପ ଥାଆନ୍ତି ସତ୍ୟଜନ ତାଂକ ଭିତରେ,
ନଷ୍ଟ କ୍ଷତି କରନ୍ତି ଅନ୍ୟର ଅତି ଲୋଭରେ.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ସେମାନଙ୍କ ମଧ୍ୟେ ଅଳପ ଧନୀ
ଅଳପ ଲୋକ ଥାଆନ୍ତି ଜ୍ଞାନୀ,
ସେ ଗୁଣଵାନ ବ୍ୟକ୍ତି କ୍ୱଚିତ ମିଳନ୍ତି.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ପୁତ୍ର ପାଇବାର ଅନ୍ଧ ବିଶ୍ବାସ ରହିଅଛି,
ନଜମିଲେ ପୁତ୍ର, ନାରୀ ହୁଏ ହନ୍ତ ସନ୍ତ,
କିଛି ନାରୀ ମଧ୍ୟ ନରକୁ କଷଣ ଦେବାରେ,
ଅତ୍ୟନ୍ତ ଚତୁର ଓ ନିଜ ପ୍ରାଧାନ୍ୟ ବିସ୍ତାରିବାରେ.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ପଥର ପ୍ରକାର ହୁଅନ୍ତି କଠୋର,ଵଢ଼ାନ୍ତି,
ଵଇରି ଭାଵ, ଥାଇ କଳୁଷିତ ମନୋଭାବ,
ନଷ୍ଟ କରିଥାନ୍ତି ସମାଜକ ଶାନ୍ତି ଓ ସଦଭାଵ.
ସୃଷ୍ଟି ବଡ଼ ବିଚିତ୍ର,
ଜଗତେ ପାଇବ ବହୁ ଚରିତ୍ର,
ଥାଏ ଶୁଦ୍ଧ ଵ୍ୟଵହାର, ଧୀରରେ ଚଳନ୍ତି ନିରନ୍ତର,
ସଵୁରି ସଙ୍ଗତେ କରନ୍ତି ସ୍ନେହ ଆଦର,
ପ୍ରାର୍ଥନା ମୋର, ହେଉ ପଥ ମୋର ସଦାଚାର,
ହୃଦୟ ନହେଉ କଠୋର, ଭରୁ ଶାଶ୍ୱତ ପ୍ରେମରେ.।