ଜଗନ୍ନାଥଙ୍କ ବଡସିଂହାର ବେଶ
ଜଗନ୍ନାଥଙ୍କ ବଡସିଂହାର ବେଶ
ଶ୍ରୀକ୍ଷେତ୍ରରେ ବିଜେ ସେ କଳାନାଗର
ରାଧା ପ୍ରାଣଧନ ଜଗତନାଥ,
ନୀଳାଚକ୍ର ବାନା ଉଡେ ଫର ଫର
ମୁକତି ପାଆନ୍ତି ନିତି ପତିତ |
ନିତି ବିଧିମତେ ପ୍ରଭୁଙ୍କର ପୂଜା
ସେବାୟତ ଭକ୍ତିମତେ କରନ୍ତି,
ସ୍ନାନଠାରୁ ବେଶ ସବୁ ବିଧିପାଇଁ
ସାରା ଦିବସଯେ ଲାଗିଥାଆନ୍ତି |
ଶ୍ରୀମନ୍ଦିରେ ସ୍ଥିତ ସ୍ୱତ୍ଵଲିପି ନିତି
ଅନୁସାରେ ପ୍ରଭୁ ହୁଅନ୍ତି ବେଶ,
ନିତିଦିନ ହୁଏ ତିନି ପ୍ରକାରର
ବଡସିଂହାରରେ ସୁନ୍ଦର ସାଜ |
ପ୍ରଥମରେ ହୁଏ ବସ୍ତ୍ର ଶୃଙ୍ଗାର ଯେ
ଭୂଷଣ ଶୃଙ୍ଗାର ଦ୍ଵିତୀୟେ ହୁଏ,
ରାତ୍ରି ଆସିଗଲେ ପୁଷ୍ପ ଶୃଙ୍ଗାରରେ
ପ୍ରଭୁଙ୍କର ବେଶ ବଦଳିଥାଏ |
ଖ୍ରୀଷ୍ଟିୟ ଦ୍ୱାଦଶ ଶତାବ୍ଦୀରୁ ଏହି
ପୁଷ୍ପ ଶୃଙ୍ଗାରର ବେଶ ଚାଲିଛି,
ବିଭିନ୍ନ ଫୁଲରେ ତିନି ଠାକୁର ଯେ
ଅପୂର୍ବ ସୁନ୍ଦର ଦେଖାଯାଆନ୍ତି |
