STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଜଗନ୍ନାଥ ତୁମେ ଲାଗ ଉଦାସ

ଜଗନ୍ନାଥ ତୁମେ ଲାଗ ଉଦାସ

1 min
186


ଜଗନ୍ନାଥ ତୁମେ ଲାଗ ଉଦାସ

ଶ୍ରୀ ମୁଖ ତୁମର ସୁଖୀ ତ ଯାଇଛି

ରଙ୍ଗ ଅଧରେ ନାହିଁ ହସ

ଜଗନ୍ନାଥ ତୁମେ ଲାଗ ଉଦାସ

କେଉଁ ଅପରାଧ ଜଗତରେ କଲି

ବିରସ ମୁଖକୁ ତୁମର ଦେଖିଲି

ଭାବଗ୍ରାହି ତୁମ ଭାବରେ ତ ଥିଲି

ସଂସାର ମୟାରେ ବୁଡି ମୁ ଗଲି

ସୁନ୍ଦର ବଦନ ମଉଳି ଯାଇଛି

କୁହ କାହିଁ କଲ ରୋଷ

ଜଗନ୍ନାଥ ତୁମେ ଲାଗ ଉଦାସ

ତୁମରି ଭାବରେ ମତେ ବାନ୍ଧି ଦେଲ

ତୁମରି ଚରଣେ ମୋ ମନ ରଖିଲ

ମିଛ ଦୁନିଆ ରେ ନିଜର ଲାଗିଲ

ଆପଣର ତୁମେ କରି ତ ନେଲ

ତୁମ ଦିବ୍ୟ ତେଜ ମୋତେ ନ ଦିଶୁଛି

କରିଅଛି କିବା ଦୋଷ

ଜଗନ୍ନାଥ ତୁମେ ଲାଗ ଉଦାସ


Rate this content
Log in

Similar oriya poem from Inspirational