STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

2 mins
446


କବି ସୂର୍ଯ୍ୟ ବଳଦେବ ରଥ


କ୍ଷୀରମୟ ସିନ୍ଧୁ –ଜେମାଜୀବବନ୍ଧୁ, ତୁମ୍ଭେ ତ ଜଗତପତି .

ଟେକି ସମ ଦୃଷ୍ଟିପତାଳକୁ ପୁଣି ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ .

କେ କି କଲା ମୁଁ ନକଲି କେ କି ଦେଲାଅବା ମୁଁ ଅବା ନଦେବା ଘେନି

ଏତେ ସରି ହେଲି ହେ ମହାପ୍ରଭୁ (1)


ମୃଗ ଯୁବତୀକି ରଖିଲ ଯେ ନାଶି ମୃଗୟୁ ବିଦ୍ୱେଷ ଦାଉ .

ଚରଣ ପଙ୍କଜ ସ୍ମରଣ ବିନା ସେ କିସ କରି ଥିଲା ଆଉ ହେ ମହାପ୍ରଭୁ .

କୁମ୍ଭୀର ଗ୍ରାସନ୍ତେ ଗାତ୍ର .ଜନେ କହିବାରେ ଅନେକପ ରଜା ମନେ କଲା

ସିନା ମାତ୍ର ହେ ମହାପ୍ରଭୁ (2)


ନୃପ ସଭା ମଧ୍ୟେଅସ୍ଥିର ହୁଅନ୍ତେ ଦୃପଦ ସୁତା ଆବର .

ଧ୍ୟାନରୁ ତ ଆନ କିଛି କରିବାର କାନ ଶୁଣିନାହିଁ ମୋର ହେ ମହାପ୍ରଭୁ .

ହିତେ ଯେ ଥାଅ ନିରତେ .ଲାଞ୍ଚ ଦେଇଥିଲେ କାଞ୍ଚନ କେତେ କି ପାଞ୍ଚ

ପଣ୍ଡୁରାଜ ସୁତେ ହେ ମହାପ୍ରଭୁ (3)


ରୂପରେ କେଳତି ଉପରେ ପତାକା ଦିଆଇଲ ଯେ କୁଜୀକି .

ଯାହା ହୋଇଥିଲା ଯାହା ହେଲା ତୁମ୍ଭ ପ୍ରସାଦବଶୁଁ ରଜକୀ ହେ ମହାପ୍ରଭୁ .

ଜଗତେ ତ ତାହା ଜଣା . ଅନ୍ଧକୁ ନେତ୍ର ମିଳିବାରୁ ହୋଇଛି ଯଶ

ଡିଣ୍ଡିମ ବାଜଣା ହେ ମହାପ୍ରଭୁ (4)


ନଳକୁବରଙ୍କ ଚରିଚକୁ ବୁଧେ ବଳକୁ ଅଛନ୍ତି ଏବେ .

ପ୍ରହ୍ଲାଦକୁ ମହା ଆହ୍ଲାଦ ଆପଣ କରିଛ ପରା ପୁରୁବେ ହେ ମହାପ୍ରଭୁ .

ମୁନିଙ୍କ ଆଶ୍ରମ ଶିଳା .ତୁମ୍ଭକୁ କି ଉପକାର କରି ରୁପବତୀ ହୋଇ

ବିକସିଲା ହେ ମହାପ୍ରଭୁ (5)


କେବଳ ସୁଦାମା ଦ୍ୱିଜ ନିଜ ଶକ୍ତି ଅନୁରୂପ ଆଚରିଲେ .

ଗଳିତାଏ ଖୁଦ ନଜର ଦେବାରୁ ଫଳ ତା ଦୃଶ ଲଭିଲେ ହେ ମହାପ୍ରଭୁ .

ଆଉ କେ କି କଲା କହ .କାହା କାମ କୁମ୍ଭ ପୂରିନାହିଁ ତୁମ୍ଭ

ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ (6)


ଅବନୁଗତ ତୋ ମନ ନୁହେଁ ବୋଲି ଆଜ୍ଞା ହେବ ଅବା ମୋତେ .

ନାମ ସ୍ୱସୁତର ଡାକିବାରୁ ଦିବ୍ୟଧାମ ଲଭିଲେ କେମନ୍ତେ ହେ ମହାପ୍ରଭୁ .

ଅଜାମିଳ ମହୀସୁର .କେଉଁ ସାବଧାନ ହୋଇ ନାମ ଗାନ କରିଥିଲେ

ସେ ତୁମ୍ଭର ହେ ମହାପ୍ରଭୁ (7)


କବିରବି ରାୟଗୁରୁ ଯୋଡି କର ଯୁଗକୁ ଛାମୁରେ କହେ,

ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର ଆୟତ ନୁହେଁ ହେ ମହାପ୍ରଭୁ .

ସବୁ ତୁମ୍ଭ ଇଛା ସିନା, ତଖ ବା ନରଖ ମୋହରି

ଗତି ତ ପତିତପାବନବାନା ହେ ମହାପ୍ରଭୁ (8)



Rate this content
Log in

Similar oriya poem from Classics