ଜଗନ୍ନାଥ ଚାରିଅକ୍ଷର
ଜଗନ୍ନାଥ ଚାରିଅକ୍ଷର
,,,,,,,,,,,,,,,,,,,,,,,,,,,,,,,,,
ତୋ ପାଇଁ ଡେଇଁ ଯାଆନ୍ତି
ମୁଁ ନୀଳନଦୀ
ସମୁଦ୍ରଠୁ ଚୋରାଇ ଆଣନ୍ତି
ନୀଳ କଉମୁଦୀ
ଆକାଶକୁ ପରାରି ଦେଇଦେବି
ତୋ ଠିକଣାରେ ଜଉମୁଦୀ
ତାରାକୁ ମାଗନ୍ତି ଜହ୍ନ ନୀଳକାନ୍ତି
ଅବା ଜହ୍ନ ରୂପାମୁଦି
ଜହ୍ନ ଯୋଉ ପରି ନୀଳକଇଁ ପାଇଁ
ହେଉଅଛି ଦେବରଦୀ
କବିତା ଲେଖୁଛି ପ୍ରେମ ପ୍ରଣୟର
ଶବ୍ଦର ସରହଦୀ
ଡେଇଁ ପାରୁନାହିଁ ଲଷ୍ମଣ ରେଖା
ପ୍ରେମରେ ହେବି କାଳେ ବରବାଦୀ
ଅଗଣା ଘର ଦାଣ୍ଡ ଦୁଆର ଆପଣା ପଣର
ସଜାଡି ରଖିଛି ବେଦୀ
ନିଶବ୍ଦ ଅନ୍ଧାର କାଟି ଆସନାହିଁ ଆଉ
ଜାଣେ ଜଣେ ଜଣେ ବେଦରଦୀ
ଆଶା ଆକାଶରୁ ନୀଳକଇଁ ତୋଳି
କରିବେନି କେଵେ ସାଦି
ଝିଅ ଜନମ ଖଣ୍ଡା ଧାରେ ନାଚାଲିଲେ
ପଛକୁ ଶରଶଯ୍ୟାରେ ଚଉପଦୀ
ପ୍ରତାରଣା ଆଗରୁ ପ୍ରେମିକ କେ ସାଜେ
ତୀର ସବୁରେ ଶବ୍ଦଭେଦୀ
ତୁ ତୋ ଭିତରେ ମୁଁ ମୋ ଭିତରେ
ସଂକୃତି ପରମ୍ପରା କନ୍ୟା ମୁଁ ଚତୁର୍ବେଦୀ
ଜଗନ୍ନାଥ ଆମ ଜଗତ ଠାକୁର
ତାଙ୍କ ଆଶ୍ରାରେ ମୁଁ ହ୍ରଦ ଅବା ନଦୀ
ଦେଇଯିବି କିଛି ପାଇବାକୁ ନଚାହିଁ
ପ୍ରକୃତିର ଯଥାର୍ଥ ଆଶୀର୍ବାଦୀ
