STORYMIRROR

sudhakar sethi

Inspirational

3  

sudhakar sethi

Inspirational

ଜଗା ତୁ ଅବୁଝା କାହିଁକି

ଜଗା ତୁ ଅବୁଝା କାହିଁକି

1 min
11.9K



ଜଗା ତୁ ଅଵୁଝା ଏତେ କାହିଁକି

କରୋନା ପ୍ରକୋପେ ଥରହର ଜଗତ

ସେ ଡାକତ ତତେ ଶୁଭୁ ନାହିଁକି 

ଜଗା ତୁ ଅଵୁଝା ଏତେ କାହିଁକି


ଗାଁ ଗାଁ ରେ ପଡିଲାଣି ତାଟି

ମିଳୁନି କାହାରି ଦେଖା

କକୁଆ ଭୟ ଗ୍ରାସିଛି ଦେଖ

ସଭିଙ୍କର ମନେ ଶଙ୍କା

ଦେଖ ସଭିଙ୍କର......


ଜଗତ କରତା ହେ ଜଗତ ଇଶ୍ବର

ହେଲ ସତେ କି ପଥର

ତୋ ଭକତ ଆଜି କାନ୍ଦୁଛି ବିକଳେ

ନିରବେ ଝରାଇ ଲୋତକ ଧାର

ଜଗା ନିରବେ ......


ତୋ ବଡଡାଣ୍ଡ ଯିବାକୁ ତ ମନା

ମନା ତୋର ଦରଶନ

ଜଗା ମନା ....

କାହାରି ମନରେ ନାହିଁ ସେ ସରାଗ

ଆତୁରେ ବିତୁଛି ଦିନ

ଜଗା ଅତୁରେ......


ପୁନେଇ ପରବ ପଡିଲାଣି ଫିକା

ଘରେ କୁଣିଆଙ୍କ ନାହିଁ ଦେଖା

ଏ ଘୋର ବିପଦ ବେଳେରେ

ବିକଳେ ଡାକୁଛି ରଖ ହେ ସଖା


ହଟ ତୁ ଛାଡ ହଟିଆ ନାଗର

ଟେକି ଦିଅ ତୋର ହାତ

କରୋନା ପ୍ରକୋପ ହଟୁ ଏ ଜଗତେ 

ସଭିଙ୍କ ମୁଖେ ଫୁଟୁ ହସ ।

ସଭିଙ୍କ ମୁଖେ......।


Rate this content
Log in

Similar oriya poem from Inspirational