ଜେଜେ
ଜେଜେ
ଦିବସର କୋଳାହଳ ଥମିଯିବା ପରେ
ତୁମେ ଭାରି ମନେ ପଡ଼ ବିଜନ ରାତ୍ରୀରେ!!
ନିରିମଳ ଇଏ ଖୋଲା ଆକାଶ ତଳେ
ଖୋଜେ ମୁଁ ତୁମକୁ ଜହ୍ନ ତାରା ମେଳେ!!
କାଳେ ତୁମେ ଆସିଯିବ ସରଗୁ ଅବତରୀ
ଚଲାଇବ ବାଟ ମୋର କୁନି ହାତ ଧରି!!
ନେବ ତୋଳି ତୁମର ସଶକ୍ତ ସ୍କନ୍ଧରେ
ଦେଖିବି ଦୋଳ-ରଥଯାତ ହରଷ ମନରେ!!
ଉଷାକାଳେ ମହୋଦଧିରେ କରିଣ ସ୍ନାହାନ
ନୀଳାଚଳେ ଶ୍ରୀରଙ୍ଗାଧର କରିବା ଦର୍ଶନ!!
ଭାଳି ଭାଳି ତୁମ କଥା ପାହିଯାଏ ରଜନୀ
ଆସିବାର କଥା ଦେଇ ତୁମେ ଯମା ଆସନି!!
ଫେରିଆସ ଜେଜେ ମୁଁ ଆଉ ଦୁଷ୍ଟ ହେବିନି
ଯେତେ ଚାହିଁଲେ ବି ତୁମକୁ ଭୁଲି ପାରୁନି!!
