STORYMIRROR

Sambit Srikumar

Abstract Inspirational Children

3  

Sambit Srikumar

Abstract Inspirational Children

ଜେଜେ

ଜେଜେ

1 min
215


ଦିବସର କୋଳାହଳ ଥମିଯିବା ପରେ

ତୁମେ ଭାରି ମନେ ପଡ଼ ବିଜନ ରାତ୍ରୀରେ!! 


ନିରିମଳ ଇଏ ଖୋଲା ଆକାଶ ତଳେ

ଖୋଜେ ମୁଁ ତୁମକୁ ଜହ୍ନ ତାରା ମେଳେ!! 


କାଳେ ତୁମେ ଆସିଯିବ ସରଗୁ ଅବତରୀ

ଚଲାଇବ ବାଟ ମୋର କୁନି ହାତ ଧରି!! 


ନେବ ତୋଳି ତୁମର ସଶକ୍ତ ସ୍କନ୍ଧରେ

ଦେଖିବି ଦୋଳ-ରଥଯାତ ହରଷ ମନରେ!! 


ଉଷାକାଳେ ମହୋଦଧିରେ କରିଣ ସ୍ନାହାନ

ନୀଳାଚଳେ ଶ୍ରୀରଙ୍ଗାଧର କରିବା ଦର୍ଶନ!! 


ଭାଳି ଭାଳି ତୁମ କଥା ପାହିଯାଏ ରଜନୀ

ଆସିବାର କଥା ଦେଇ ତୁମେ ଯମା ଆସନି!! 


ଫେରିଆସ ଜେଜେ ମୁଁ ଆଉ ଦୁଷ୍ଟ ହେବିନି

ଯେତେ ଚାହିଁଲେ ବି ତୁମକୁ ଭୁଲି ପାରୁନି!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract