ଜଡ଼
ଜଡ଼
ଆଖି ସାମ୍ନାରେ
ଅନେକ କିଛି ଘଟିଯାଏ
କେତେଥର କହିବା ପରେପରେ
କେତେଥର ଅନୁଭବ କରିବାପରେ
ହୃଦୟରେ ଉଠିଥିବା ଅନେକ ଝଡ
ଆପେ ଆପେ ଥମିଯାଏ
ହେଲେ ରହିଯାଏ
କେତେ ବିଭୋରତା
କେତେ ଆବିଳତା
ଜଡ ପାଲଟି ଯାଏ ସ୍ବପ୍ନ ସତ!
ହୃଦୟଯେ କୁହୁଳି କୁହୁଳି
ଚେଷ୍ଟାକରେ ନୀରବତା !!

