STORYMIRROR

sudhakar sethi

Inspirational

4  

sudhakar sethi

Inspirational

ଜ୍ବରରେ ଥରୁଛି ମୋ ଜଗା

ଜ୍ବରରେ ଥରୁଛି ମୋ ଜଗା

1 min
28


ସ୍ନାନ ମଣ୍ଡପରେ ଗାଧୋଇବାକୁ

କାହିଁକି କଲୁରେ ହଟ

ରାତି ପାହିନାହିଁ ସୂରୁଜ ଉଇଁନି

ଜ୍ବରରେ ହେଲୁ ପିଡିତ

କାଳିଆ ପାଉଛୁରେ କେତେ କଷ୍ଟ ।


ଶହେଆଠ ଗରା ପାଣିରେ ଗାଧୋଇ

ଭକ୍ତକୁ ଦେଲୁ ଖୁସି

ସନ୍ନିପାତ ରୋଗେ ପିଡିତ ହୋଇଛୁ

ତକଥା କିଏ ବୁଜୁଛି

କାଳିଆ ଭାବିଲେ ମୁଣ୍ଡ ଘୁରୁଛି ।


ତୁତ ହଟିଆ ତୁ ଅଝଟିଆ 

 ଜଗତ ଜାଣିଛି ଏକା 

ନିଜ ଦେହକୁ ଜଗୁ ନାହିଁ କିଆଁ

ଖାଲି ହେଉ ଲୋକ ହସା

କାଳିଆ ଏମିତି ତୋର କି କଥା।


ଜଗତ ଠାକୁର ଜଗତ କରତା

କେମିତି ବନିଛୁ ତୁହି

ଛାର ଜ୍ବରକୁ ଏଡେଇ ଦେଉନୁ

କମ୍ପୁଛୁ ତୁ ରହିରହି

କାଳିଆ ଶୋଇଛୁ କବାଟ ଦେଇ ।


ସକଳ ବଇଦ ତ ଠାରୁ ଜାତ

ତତେ କି ଦେବେ ଓଷଦ

ଅନାଇ ରହିଛୁ ଦିପାନ ଖାଇଲେ

ଦେହତ ଭଲ ହୋଇବ

କାଳିଆ ଢଙ୍ଗକେ ତୋର ବୁଝିବ।


ଭୂଲି ମୁଁ ଯାଉଛି ତ କଥା ସବୁ

ଯଥା ଦେହି ତଥା ଦେବ

ମଣିଷ ପାଉଛି ଅନେକ ଯାତନା

ସେ କଥା କେ ଭୂଲି ଯିବ

କାଳିଆ ତ ମହିମା ଜଗତ ଜାଣିବ।


ଜଗତ କରତା ଜଗତ ଇଶ୍ବର

ଧନ୍ୟତୋର ଲୀଳା ଖେଳା

ଭକତ ବତ୍ସଳ ଭାବଗ୍ରାହୀ ତୁ

ତୋ ବିନା ସଂସାର ଅଲୋଡା

କାଳିଆ ତୁହି ତ ଗଳାମାଳିଆ।


ତୋ ଡୋରିକୁ ରହିଛିତ ଅନାଇ 

କଥାଦେ ଡାକିବୁ ଏସନ

ନେତ୍ର ପୁରାଇ ଦେଖିବି ତୋତେ

ଜୀବନ ହେବ ମୋ ଧନ୍ୟ

କାଳିଆ କେବେ ଦେବୁ ଦରଶନ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational