STORYMIRROR

Anam Charan Sahoo

Abstract

4  

Anam Charan Sahoo

Abstract

ଜାତୀୟ ପଶୁ

ଜାତୀୟ ପଶୁ

1 min
429


ଜାତୀୟ ପଶୁ ମୁଁ ଅଟେ ଭାରତର

ମୋ ନାମ ଶ୍ରବଣେ ମନେ ଜାଗେ ଡର

ବାସସ୍ଥାନ ମୋର ହୋଇଲାଣି ନଷ୍ଟ

ସ୍ଥାନାଭାବେ ମୁହିଁ ଲଭେ ବହୁ କଷ୍ଟ।


ଆପଣା ସ୍ବାର୍ଥରେ ବାଇଆ ମଣିଷ

ବଣ ପରିବେଶ କରିଚାଲେ ନାଶ

ଯହିଁ ଥିଲା ତରୁ ତହିଁ ଚାଷ ଜମି

ସଂଖ୍ୟା ମୋର ଦ୍ରୁତ ବେଗେ ଯାଏ କମି।


ଜଙ୍ଗଲକୁ ଛାଡ଼ି ହେଲି ଗାଆଁ ମୁହାଁ

ମଣିଷ ରାଗରେ ଜଳି ହେଲା ନିଆଁ

ଆକ୍ରମଣ କରି କରିଲା କ୍ଷତାକ୍ତ

ତନୁରୁ ଝରଇ ପୁଳା ପୁଳା ରକ୍ତ।


ଫଟୋଚିତ୍ର ଦେଖି ଶିଶୁଏ ଚିହ୍ନିବେ

ବାଘ ନାଶ ଗଲା ସଭିଏଁ କହିବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract