STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

ଜାତିବାଦ କୁସଂସ୍କାର

ଜାତିବାଦ କୁସଂସ୍କାର

1 min
162


ମୁଁ ବିଶ୍ୱାସ ରଖେନି ଜାତିବାଦ କୁସଂସ୍କାର ପ୍ରଥାରେ

ଗଭୀର ବିଶ୍ୱାସ ଅଛି ମଣିଷର ମଣିଷ ପଣିଆରେ,

ଆମ ପାଖେ ରହିଥିବା ଦୟା, କ୍ଷମା, ମୈତ୍ରୀ ଭାବ

ପରକୁ ଆପଣା କରିବା କଳା ଅନ୍ୟନ୍ୟ ବିଭବ।

ସେବା ଠାରୁ ବଡ ପୁଣ୍ୟ ନାହିଁ କିଛି ଏଠୀ

ମଣିଷ ଯେ ଜାନୁଆର ନ ଯାଉ ପାଲଟି,

ଜାତି ନାମେ ଅନ୍ୟ ପ୍ରତି ନ ହେଉ ବିଦ୍ୱେଷ

ଜାତି ଜାତି ମଧ୍ୟେ ନ ବଢ଼ାଅ ରାଗ ହିଂସା ଦ୍ୱେଷ।

ସୁନ୍ଦର ସୃଷ୍ଟିରେ ନ ପଡୁ ଚହଳ

ଜାତି ନାମେ ନ ରହୁ ବଡ ଗୋଳମାଳ,

ନେତ୍ର ଫେଡି ଥରେ ଦେଖ ହେ ମଣିଷ ଭାଇ

ଦୁଃଖୀ ରଙ୍କି ଅକର୍ମଣ୍ୟ ପୁଣି ଅନ୍ନଚିନ୍ତା ନେଇ ।

ସଢ଼ୁଛନ୍ତି ଆମ ପରି କୋଟି କୋଟି ପ୍ରାଣୀ

ଦୃଷ୍ଟି ପଥେ ଆଣ ବାବୁ ଏ ସବୁ କାହାଣୀ,

ଶୁଭ ମନେ ବେନି ହାତ ଲଗାଇ ପାରିଲେ

ଦୁଃଖ କଷ୍ଟ ଖଣ୍ଡିଯିବ ଏ ମାଟିରୁ ଭଲେ ।

ଜାତିକୁ ନେଇ କାହିଁକି ଗରବ କରିବା

ମନ କଥା ମନେ ବୁଝି ଖୁସିରେ ରହିବା,

ଆସ ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ

ଫିଙ୍ଗିଦେବା ଜାତିବାଦ କୁଟିଳ ଭାବନା

ଧର୍ମ ନାମେ ଥିବା ଯାହାବା ଫରକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational