STORYMIRROR

Prasanna kumar sahu

Romance Tragedy

4  

Prasanna kumar sahu

Romance Tragedy

ଜାଣିଛି ହେ ଅଭିମାନିନୀ

ଜାଣିଛି ହେ ଅଭିମାନିନୀ

1 min
672


ଜାଣିଛି ସବୁ ମୁଁ

ଅଭିମାନ କରି

ଦୁରେଇଲ ନିକଟରୁ,

ସ୍ନେହ ଶ୍ରଦ୍ଧା ଛଡା

ଆଉ କିଛି ତୁମେ

ପାଇଲ ନାହିଁ ମୋଠାରୁ।


ସାଥେ ବୁଲାଇବା

ଇଚ୍ଛା ଥିଲା ସିନା

ସାମର୍ଥ୍ୟ ନଥିଲା ପାଶେ,

ସବୁ କଥା ତୁମେ

ଜାଣି ଥିଲ ପ୍ରିୟେ

ସବୁ କଥା ମୁହିଁ ଭାଷେ।


ଏତେ କଥା ସବୁ

କହିବା ପରେ ମୁଁ

ତୁମେ ବୁଝିଯାଇ ଥିଲ,

ପୁଣି ଅଭିମାନ

କରି ମୋ ଉପରେ

କାହିଁ ଛାଡି ଚାଲିଗଲ ।


ଦେବତା ଆସନେ

ବସାଇ ହୃଦରେ

ସଦା ପୂଜା କରୁଥିଲ,

ଶେଷରେ କାହିଁକି

ଏକା ଛାଡ଼ି ମୋତେ

ଆରପାରି ଚାଲିଗଲ ।


ଜାଣିଛି ଯଦି ହେ

ଅତୀତର କଥା

ତୁମରି ମନରେ ଥିବ,

କ୍ଷୀରି ସରପୁଳି

ଖାଉଥିଲେ ସୁଦ୍ଧା

ମୋତେ ଝୁରି ହେଇଥିବ।


ଆଜି ତୁମେ କିନ୍ତୁ

କାହା ପ୍ରିୟା ହୋଇ

କାହା ପାଇଁ ପୂଜୁ ଥିବ,

ମୋ ପାଇଁ ପୂଜିବା

ନାହିଁ କେହି ଆଉ

ଭଲଭାବେ ଜାଣିଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance