ଜାଣେନି ମନେ ଏତେ ଈର୍ଷ୍ୟା କଣ ପାଇଁ
ଜାଣେନି ମନେ ଏତେ ଈର୍ଷ୍ୟା କଣ ପାଇଁ
ବର୍ଷା ହେଲେ ଆମ ବଗିଚାର ଫୁଲେ ଫୁଲେଇ ହୁଏ
ସାରା ସମୟ ସେ ଭିଜେ
ତାକୁ କେହି ରୋକେନି
ମୋର ଈର୍ଷ୍ୟା ହୁଏ ଫୁଲ କୁ
ତା ନାହିଁ କିଛି ବନ୍ଦନ
ମୋ ପାଦରେ ସବୁବେଳେ ଅଦୃଶ୍ୟ ଶିକୁଳିରେ ଛନ୍ଧl
ଗାଁ ପୋଖରୀ ରେ ଗାଧୁଏ ଥିବା
ସେ ସୁନା ଗୋରୀ କୁ ବି ମୋର ଈର୍ଷ୍ୟା ହୁଏ
ତା ଦେହରେ ପଦ୍ମର ମହକ ବି ବାଜି ଯାଉଥିବ
ରାଧl ମୀରା କୁ ମନ ରେ ସ୍ଥାନ ଦେଲ
ମତେ ଏଇ ମର୍ତ୍ତ୍ୟର ଜଞ୍ଜାଳ ରେ ଛାଡ଼ିଦେଇ
ଲକ୍ଷ୍ମୀ ସାଆନ୍ତlଣି ଙ୍କ ସହ ପ୍ର୍ରଭୁ ତୁମ
ବେସ ଖୁସିରେ ଅଛ
ପ୍ରଭୁ ତୁମ ଉପରେ ମୋର ସବୁଠୁ ବେଶୀ ଈର୍ଷ୍ୟା ହୁଏ
ଜାଣେନି ବେଳେ ବେଳେ ମୋ ମନରେ ଈର୍ଷ୍ୟା ହୁଏ
