ଜାମୁ କୋଳି
ଜାମୁ କୋଳି
ଜାମୁ କୋଳି ଡାଳେ ପେନ୍ଥା ପେନ୍ଥା ଝୁଲେ
ଟକଳା ପାଟିରୁ ନାଳ ଗଡି ପଡେ ।
ଦେଖି ଦେଲେ ଦୂରୁ ଜାମୁ କୋଳି ଫଳ
ଟକଳା ନିକାଳେ ଠକ ଠକ ନାଳ ।
ଗୋଲା କୃତି ଫଳ ପାଚି ଗଲେ ନୀଳ
କଞ୍ଚା ବେଳେ ଥାଏ ସବୁଜ ରଙ୍ଗର ।
ଲମ୍ବ ଲମ୍ବ ପତ୍ର ଆୟତ।କାର ର
ଗ୍ରୀଷ୍ମ କାଳେ ଏଇ ଗଛେ଼ ଫୁଲ ଫୁଟି
ବର୍ଷା ଋତୁ ହେଲେ ଫଳ ଯାଏ ପାଚି ।
ସ୍ଵ।ଦୁମୟ କୋଳି ମିଠା ଲାଗେ ଭାରି
ପାଟି ଭିତର ଟି ପଡ଼ି ଯାଏ ନେଳୀ ।
ଚାଖି ଦେଲେ ଟିକେ ଜାମୁ କୋଳି ଫଳ
ଜିଭ କଳା ପଡ଼ି ଦିଶଇ ବର୍ଣ୍ଣିଳ ।
ଦ୍ରୁମ ଜାତୀୟ ଏ ଗହଳ ପାଦପ
ଦିଶୁ ଥାଏ ଝଳି ପତ୍ର ଆଚ୍ଛାଦିତ ।
ଜାମୁ କୋଳି ମିଠା ମିଠା ଫଳ ତାର
ବାଡି , ବଣ, ତୋଟା , ରାସ୍ତା , ଘାଟ , ବିଲ ।
ସବୁ ଠାରେ ଥିବା ଉଦ୍ଭିଦ ଯେ ଏହି
ଚାଷ ଦ୍ୱାରା ବହୁ ଲାଭ ଥାଏ ଦେଇ ।
ଜାମୁ କୋଳି ଗଛ ହରେ ରୋଗ ତାପ
କୋମଳ, ଲଳିତ , ସୁନ୍ଦର ପାଦପ ।
କୋଷ୍ଠ କଠିନ୍ୟ ଓ ମଧୁ ମେହ ପାଇଁ
ଏଇ ଫଳ ଅଟେ ଅତି ଉପକାରୀ ।
ରକ୍ତ ରେ ଶର୍କରା ଅଂଶ ନିୟନ୍ତ୍ରଣ
ଶିଶୁ ମୂତ୍ର ରୋଗ ହୁଏ ନିବାରଣ ।
ଚମ ରେ ଚମକ ଆଣିବା ପାଇଁ କି
ଲଗାଇ ଥାଆନ୍ତି ଜାମୁ ମଞ୍ଜି ବାଟି ।
କଳା , ଧଳା , ଦାଗ , ବ୍ରଣ କୁଷ୍ଠ ନାଶ
ଛଉ , ନିବ।ରଣେ ଅଟଇ ଅବ୍ୟର୍ଥ ।
କାମଳ , କର୍କଟ , କିଡିନି ଷ୍ଟନ ରେ
ବ୍ୟବହୃତ ହୁଏ ଯକୃତ ଚିକିତ୍ସା ରେ ।
ପଟlସିୟମ , ଓ ମ୍ୟାଗ୍ନେସିୟମ , ରେ
ଭରପୁର ଥାଏ ଫସଫରସ ରେ ।
ଜୀବ ସାର " ଗ " ଯେ ପ୍ରଚୁର ମାତ୍ରାରେ
ବିପୁଳ ଭଣ୍ଡାର ପୋଷାକ ତତ୍ଵରେ ।
ବହୁ ବିଦ୍ଧ ରୋଗ ପାଇଁ ଉପ ଯୋଗ
ଦାନ୍ତ ରୋଗ , ଜୀବାଣୁ ଓ ଦାନ୍ତ ପୋକ ।
ନାଶ ସାଥେ କାଶ, ଯାଏ ଭଲ ହୋଇ
ଜାମୁ ରୁ ଔଷଧ ଜାମୁ କୋଳି ଖାଇ ।
କେତେ ଉପକାରୀ ଗଛ ଜାମୁ କୋଳି
ଦୂଷିତ, ଧୂମ , ଓ ଅଙ୍ଗରାମ୍ଲ ଧୂଳି ।
ଶୋଷି , ନେଉଥିବା ବୃକ୍ଷ ଲତା ଦ୍ରୁମ
ମଧ୍ୟେ ଜାମୁ କୋଳି ଗଛ ଅନ୍ୟ ତମ ।
