STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ଜାଗ୍ରତ ହୁଅ ନାରୀ

ଜାଗ୍ରତ ହୁଅ ନାରୀ

1 min
307


ସମୟ ଆଗତ ରଣଚଣ୍ଡୀ ବେଶ

କର ହେ ଧାରଣ ନାରୀ

ଭୋଗ୍ଯ ବସ୍ତୁ ନୁହେଁ କେହିତ କାହାରି

ଜୀବନେ ଯିବାନି ହାରି।

ଆମେ ଅଟୁ ଏହି ବିଶ୍ଵ ଜନନୀର

ଅମୃତ ସନ୍ତାନ ସର୍ବେ

ମଥାଟେକି ନିତି ବାଟ ଚାଲୁଥିବା

ଛାତିକୁ ଫୁଲାଇ ଗର୍ବେ।

ଏହି ସଂସାରର ବେଶଧାରୀ ଯେତେ

ସଭିଙ୍କୁ ଚିହ୍ନଟ କରି

ମାତା ଦୁର୍ଗା ବେଶ କରିବା ଧାରଣ

ଜମାରୁ ଯିବାନି ଡରି।

ରାବଣ ମହିଷା ଯେପରି ନାଶିଲେ

ଦୁର୍ଗତିନାଶିନୀ ମାତା

ସ୍ମରଣ କରହେ ଭାରତୀୟ ନାରୀ

ସେହି ଅତୀତର ଗାଥା।

ସମ୍ମାନ ପାଇବା ଅଟେ ଆମ ଯୋଗ୍ୟ

ଆମେ ନୁହଁ ଦୁରୁବଳା

ରାଣୀ ଲକ୍ଷ୍ମୀବାଇ ଏଇ ମାଟିର ହିଁ

ତେଜୋଦୀପ୍ତ ନରବାଳା।

ବୀର ରମଣୀଙ୍କ ଶୁଭେ ଗୁଣଗାନ

ଭାରତବରଷ ନାମ

ନାରୀ ଗଉରବ କରିବା ପ୍ରସାର

କରି ଆମେ ଭଲ କାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational