STORYMIRROR

Santosh Kumar Nayak

Inspirational

4  

Santosh Kumar Nayak

Inspirational

ଜାଗରେ ଉତ୍କଳ ସନ୍ତାନ

ଜାଗରେ ଉତ୍କଳ ସନ୍ତାନ

1 min
40

ଭାଷା ପ୍ରୀତି ନାହିଁ ସ୍ୱାଭିମାନ ନାହିଁ

ତଥାପି ବୋଲାଉ ଓଡ଼ିଆ,

କି ଲାଭ ମିଳିବ ମିଛରେ କହିଲେ? 

ଓଡିଆ ସବୁଠୁ ବଢିଆ।


ଓଡିଆକୁ ବାଣ୍ଟି କିଏ କହୁଅଛି

ମୁହିଁ ଯେ ସମ୍ବଲପୁରିଆ,

ଆଉ କିଏ କହେ କଟକିଆ ପୁଣି

କିଏ କହେ କୋରାପୁଟିଆ।


ଉତ୍ତର ପଶ୍ଚିମ ଦକ୍ଷିଣ ଭେଦରେ

ଓଡିଶାକୁ ଭାଗ କଲେଣି,

ପୂରୁବ ସହିତ ପଶ୍ଚିମର ପୁଣି

ଲଢେଇ ଆରମ୍ଭ ହେଲାଣି।


ପାଠୁଆ ବାବୁଟା ସୁନ୍ଦରୀ ଇଂରାଜୀ

ପ୍ରେମରେ ହୋଇଛି ପାଗଳ,

ମାଇଁକୁ ଡାକୁଛି ଆଣ୍ଟି ବୋଲି ଆଉ

ମାମୁଁକୁ ଡାକୁଛି ଅଙ୍କଲ। 


ଓଡିଆ ଗୋଟିଏ ଭାଷା ନୁହଁ ବୋଲି

କହିଥିଲେ କାନ୍ତି ଚନ୍ଦର,

ତାଙ୍କ ବକ୍ତବ୍ୟକୁ ସିଦ୍ଧ କରିବାକୁ

ଶିକ୍ଷିତ ଓଡ଼ିଆ ତତ୍ପର।


କେତେ ଦିନ ଆଉ ଶୋଇ ରହିଥିବ

ଜାଗରେ ଉତ୍କଳ ସନ୍ତାନ,

ଶୋଇଲା ପୁଅର ଭାଗ ନାହିଁ ଜାଣି

କାହିଁକି ରହୁଛ ମଉନ? 


ଦେଖୁଅଛ ପରା ସଂସ୍କୃତର ଆଜି

ଅବସ୍ଥା କଅଣ ହେଲାଣି? 

ଗୁଣ ଗାରିମାରେ ସମୃଦ୍ଧ ହୋଇ ବି

ଜନ ମାନସରେ ମଲାଣି।


ଭାଷା ସଂସ୍କୃତିକୁ ଆଗକୁ ନେବାକୁ

ନିଜେ କଲେ ଆମେ ପ୍ରଯତ୍ନ, 

ତେବେ ଯାଇ ସିନା ବିଶ୍ଵ ଦରବାରେ

ଓଡିଆ ପାଇବ ସମ୍ମାନ।



Rate this content
Log in

Similar oriya poem from Inspirational