STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ଜାଗିଉଠ

ଜାଗିଉଠ

1 min
156

ସୂରୁଜ ଆକାଶେ ମୁଣ୍ଡ ଉପରେ ହେଲେଣି

ଧୂଳିଖେଳ ଛାଡ଼ି ଆମେ ଯୁବକ ହେଲୁଣି

ଉଠ ଜାଗି, ଦୁନିିିଆକୁ ଜଗାଇ ଦିଅ

ତୁମ ଉତ୍ତପେ ଆକାଶକୁ ତତାଇ ଦିଅ ।


ଆଖି ଖୋଲି ଦେଖ ଥରେ ଘନ ଅନ୍ଧକାର

ସବୁଠି ଶୁଭୁଛି ଖାଲି ନର ହାହାକାର

ହରଷତା ଲୁଚିଯାଏ ନିରାଶ ବାଦଲେ

ବାଟବଣା ମଣିଷ ଆଜି ଅବାଟରେ ଭୁଲେ

ତୁମ କିରଣେ ଚଲାପଥ ଦେଖାଇ ଦିଅ

ଶକ୍ତ ପ୍ରହାରେ ଶୃଙ୍ଖଳକୁ ଛିଡ଼ାଇ ଦିଅ। 


ଇର୍ଷା-ଦ୍ୱେଷ ଅହଙ୍କାର ଭରା ଏ ସଂସାରେ

ସ୍ୱାର୍ଥ ପାଇଁ ନିତି ଏଠି ରକ୍ତବୁନ୍ଦା ଝରେ

ଧର୍ମ ନାମେ ଉଠିଲାଣି ଅସଂଖ୍ୟ ପାଚେରୀ

ମଣିଷ ଭିତରୁ ମଣିଷତ୍ୱ ଗଲା ମରି

ତୁମ ନିଶ୍ବାସେ ଶୁଦ୍ଧ ବାୟୁ ଝରାଇ ଦିଅ

ଭାତୃତ୍ୱର ଗଙ୍ଗା ଆଉଥରେ ବୁହାଇ ଦିଅ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational