STORYMIRROR

Prabhanjana Tripathy

Inspirational

3  

Prabhanjana Tripathy

Inspirational

ଜ୍ୱଳନ୍ତ

ଜ୍ୱଳନ୍ତ

1 min
127

ଜୀଇଁବାର ମାନେ ଯଦି ଜୀବନ ଅଟେ,

ଜୀବନ ସାରା ଚାଲିବି' ମୁଁ ଜୀବନ ବାଟେ ll

ଆଉ

ଜୀବନ ମାନେ ଯଦି ହୁଏ କବିତା,

ଲେଖୁଥିବି ହୃଦୟରୁ ଭାବନା କଥା ll

ହେଲେ

ବଞ୍ଚିବା ଆଶାରେ କବିତାର ଲେଖା,

ଭଙ୍ଗା ଦରପଣେ ଖୋଜେ ଚରିତ୍ରର ଦେଖା ll

ହଁ

କାହାପାଇଁ ଜୀବନଟା ମାଟିର କଣ୍ଢେଇ,

ଆଉ କାହାପାଇଁ ପୁଣି ଯାତ୍ରା କି ମଣ୍ଡେଇ ll

କେବେ କେବେ

ଜୀବନଟା ନିଛାଟିଆ ଏକଲା ନହର

ଆଉ କାହାପାଇଁ ସୁସଜ୍ଜିତ ଉନ୍ମାଦ ସହର ll

କିନ୍ତୁ

କିଛି ହସ,କିଛି ଲୁହ,କିଛି ଯେ ସପନ,

କିଛି କଥା ଖୋଲି ହୁଏ,

କିଛି ଯେ ଗୋପନ ll

ଏଣୁ

କିଛି ସୁଖ,କିଛି ଦୁଃଖ ମିସିଲେ ହିଁ ଜୀବନ,

ସଂସାର ମାୟା ମଞ୍ଚରେ ଏ ସବୁ ଭିଆଣ ll

କାରଣ

ଜୀବନଟା ଛଳନାର ଏକ ଖୋଲା ପୋଥି

ସେ ପୋଥି ର ସାରାଂଶରେ ଦାରୁଣ ବିବୃତି ll

ତା'ପରେ

ପ୍ରଶ୍ନ ର ଉତ୍ତର ଖୋଜି ମାନବ ସମାଜ

ପ୍ରଶ୍ନ ଖାଲି ପ୍ରଶ୍ନ ହେଲେ ନ ମିଳେ ତା ମଞ୍ଜ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational