STORYMIRROR

Ankita Mohanty

Children

4  

Ankita Mohanty

Children

ଇଟିକିଲି ମିଟିକିଲି

ଇଟିକିଲି ମିଟିକିଲି

1 min
263

ଇଟିକିଲି ମିଟିକିଲି 

ଆମ୍ବ ଗଛ ଡାଳେ ଡାକେ କୋଇଲି। 

କୋଇଲି ଗୀତ ଭାରି ମଧୁର

ମେଘକୁ ଦେଖି ନାଚେ ମୟୂର। 

ମୟୂର ଆମ ଜାତୀୟ ପକ୍ଷୀ 

ବଣରେ ରୁହଇ ବଡ ହାତୀ। 

ହାତୀ ଦାନ୍ତ ଭାରି ଟାଣୁଆ 

ହୁକେ-ହୋ ଡାକେ ବିଲୁଆ। 

ବିଲୁଆ ବଡ ଚତୁର

ପାଣି ଭିତରେ ଅଛି କୁମ୍ଭୀର। 

କୁମ୍ଭୀର ଖାଏ ମଣିଷ ମାଂସ 

କେଡେ ଧଳା ସେ ଦୁଇଟି ହଂସ। 

ହଂସ ହଂସରାଳୀଙ୍କ ଯୋଡି ସୁନ୍ଦର 

ଡେଇଁ ଡେଇଁ ଚାଲେ ଛୁଆ ହରିଣ। 

ହରିଣ ମୁଣ୍ଡରେ ମୁନିଆଁ ଶିଙ୍ଗ 

କେଁ କଟର କରଇ ବେଙ୍ଗ। 

ବେଙ୍ଗ ରାଜାର ବେଙ୍ଗୁଲୀ ରାଣୀ 

ସାରୁବୁଦା ମୂଳେ କୁହେ କାହାଣୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children