ଭଙ୍ଗା ସିଲଟ
ଭଙ୍ଗା ସିଲଟ
ଆଜି ଗୋଟିଏ କୋଣରେ ପଡିରହିଛି
ମୋ ପିଲାବେଳ ସାଥି ଭଙ୍ଗା ସିଲଟ,
ପଡିରହି କୋଣରେ ସେମିତି
ଖାଲି ହେଉଛି ସେ ଛଟପଟ......।।
ଆଜି ସେ ଖୋଜେ ସହାରା
ପୁଣି ଥରେ ଯୋଡି ହେବା ପାଇଁ,
ହେଲେ ଏ ତା ବୃଥା ଭାବନା
ତାକୁ ଆଉ ମୁଁ ଆପଣେଇ ପାରିବି ନାହିଁ...।।
ସମୟ ତ ଯାଇଛି ବଦଳି
ମୁଁ ତ ହୋଇଛି ବଡ଼ ଆଜି,
ଆଜିବି ପଡିରହିଛି ମୋ ଭଙ୍ଗା ସିଲଟ
ମୃତ ଶବଟିଏ ସାଜି..........।।
ପାରୁନି ତାକୁ ମୁଁ ଛାଡି
ପାରୁନି ବି ଅପଣାଇ,
ଖାଲି ପଡିରହିଛି ସେ ଆଜି
ଜୀଅନ୍ତା ଶବଟିଏ ହୋଇ.....।
ମୋ ପିଲାବେଳ ସାଥି
ବିତାଇଛି କେତେ ସମୟ ସତେ,
ଭୁଲି ପାରୁନି ସେ ପୁରୁଣା ବେଳ
ଅଳିଅର୍ଦ୍ଧଳି ସମୟ ଯେତେ......।
ତା ଅବସ୍ଥା ଆଜି ଦୟନୀୟ
ଆଜି ସେ ପ୍ରାୟ ଭଗ୍ନ,
ତା ଶରୀରେ ଚରି ଉଇଗଣ
ତାକୁ କରୁଛନ୍ତି ନଗ୍ନ.......।
ଭାବୁଛି ଆଜି ମୁଁ ଏକୁଟିଆ ବସି
ଫେରନ୍ତା କି ମୋ ପିଲାଦିନ,
ଫେରନ୍ତା କି ସେ ସାଥୀମେଳ
ଯାହା ବିମୋହିତ କରେ ମୋ ମନ...।
ଏ ଭାଙ୍ଗ ସିଲଟ ସହ ଅଛି ମୋର
ଅନେକ ଅଭୁଲା ସ୍ମୃତି,
ଯାହାକୁ ଆଜିବି ମୁଁ ରଖିଛି
ମୋ ମନରେ ସାଇତି....।
ସେ ସାଇତା ସ୍ମୃତି ଆଜି
ମନରେ ଦୁଃଖ ଆଣୁଛି,
ମୋତେ ପୂର୍ବକୁ ଫେରିବାକୁ
କାନେ କାନେ ଆଜି କହୁଛି..।
ସତରେ ଇଚ୍ଛା ହୁଏ ଆଜି
ଫେରିବାକୁ ପୂର୍ବକୁ,
ମାତ୍ର ମୁଁ ନିରୁପାୟ ଆଜି
ଅପଣେଇବାକୁ ସେ କାଳକୁ.....।
କାଳର ବାଟରେ ମୁଁ
ଜଣେ ସାଧାରଣ ବାଟୋଇ,
ମୁଁ ଅନୁସରଣିତ ଏବେ
କାଳ ଦିଏ ଯାହା ମୋତେ ଶୁଣାଇ..।
ସତରେ ମୁଁ ନିରୁପାୟ
ପାରିନି ତାକୁ ଅପଣାଇ,
ତଥାପି ତା ଦୟନୀୟ ଅବସ୍ଥାକୁ
ଦେଖି ପାରୁନି ମୁଁ ରହି......।
