STORYMIRROR

Amita Dash

Inspirational Children

3  

Amita Dash

Inspirational Children

ଆକାଶେ ଉଇଁଚି ଦ୍ଵିତୀୟା ଚାନ୍ଦ

ଆକାଶେ ଉଇଁଚି ଦ୍ଵିତୀୟା ଚାନ୍ଦ

1 min
220


ପୁବେଇ ଆକାଶେ ସୁରୁଜ ଉଁଏ।

ପଶ୍ଚିମ ଆକାଶ ସଞ୍ଜ ନଇଁବାର ବାରତା ଦିଏ।

ଦ୍ୱିତୀୟା ଚାନ୍ଦ ଆକାଶେ ଥାଇ ମୁରୁକି ହସେ।

ପୁନେଇଁ ଚାନ୍ଦ ଆକାଶେ ତୋଫା ଦିଶେ।

ତାରାଗଣସହ ଅମାବାସ୍ୟା ରାତି

ଆଲୋକ ଦିଏ।

ଭୋଦୁଅ ଖରା ଟାଇଁ ଟାଇଁ ମାରେ।

ଭସା ବାଦଲ ଦଉଡ଼ି ଆସି ପାଣି ଛିଞ୍ଚି ଦିଏ।

ଆକାଶ,ଧରାର ନିବିଡ଼ ସମ୍ପର୍କ ଯୁଗେ,ଯୁଗେ।

ଆକାଶ ଉପରେ ଥାଇ ପଚାରେ ଗରବେ।

ପ୍ରତିଯୋଗିତା ହେଲେ କିଏ ଆଗେ।

ସହନଶୀଳା ଧରିତ୍ରୀ ରାଣୀ ହସି କହେ।

ତୁ ବାପା ହେଲେ ମୁଁ ମାଆ ଏକଥାକି ପାଶୋର ଯାଏ।

ତୁ ଯେତିକି ଲୋଡା ମୁଁ ସେତିକି 

ଫରକମାତର କୋଡ଼ିଏ , ଉଣେଇଶି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational