STORYMIRROR

Madhabi Patel

Children

3  

Madhabi Patel

Children

ଅଫୁଟା ଫୁଲ।

ଅଫୁଟା ଫୁଲ।

1 min
191


ଅଫୁଟା ଭିତରେ ଅନେକ ପ୍ର।ଚୁର୍ଯ୍ୟ

ପ୍ରତିଭାର ସମ୍ଭାବନା।

କଢିଟିଏ ବୋଲି ଜାଣି ଅସହାୟ

ହାତରେ ଦଳିଦିଅନା।

ରଂଗ ମହକକୁ ସାଇତି ଗର୍ଭରେ

ଜନମ ଲଭିବ ଭବେ।

ପ୍ରସ୍ଫୁୁଟିତ ହେବ ସୌରଭ ବୁଣିବ

ଆନନ୍ଦିତ ହେବେ ସର୍ବେ।

ରଙ୍ଗରପସରା ସଜାଇ ଦେବସେ

ପୃଥିବୀ ଦିଶିବ ତୋରା।

ଫୁଲଫଳ ଶସ୍ୟ ସମ୍ଭାବନା ନେଇ

ଆସିଥାଏ ଏଇ ଧରା।

କୁନିଫୁଲ କିବା କୁନି ବାଳିକାଟେ

ପ୍ରତିଭାର ଅଧିକାରି।

ଫୁଟିବା ଆଗରୁ ଝଡାଇଦିଅନା

ଅସମୟେ ଯିବ ମରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children