STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ମାଟି

ମାଟି

1 min
307


 

        

   ଧନ୍ୟ ବାପୁ ତୁମ ଶାନ୍ତି ଫଉଜ

  ଆକାଶେ ଉଡାଇ ତ୍ରୀରଙ୍ଗା ଧ୍ବଜ

  ସାରା ଜଗତକୁ କରିଲେ ଚକିତ

  ଦେଖାଇ ସାହସ ଅହିଂସା ତେଜ  

  ମାଟି ମାଆ ପାଇଁ ଲଢିବା ନିମନ୍ତେ

  ଖଦଡ ପୋଷାକେ ହୋଇଲେ ସଜ

  ଧନ୍ୟ ବାପୁ ତୁମ ଶାନ୍ତି ଫଉଜ ....


  କମାଣ ଆଗରେ ପାତିଲେ ଛାତି

  ଲାଠି ପାହାରରେ ଫାଟିଲା ପିଠି

  ହସିହସି କିଏ ପାଇଲେ ଫାଶି

 କଳା ପାଣି ଭୋଗି ହେଲାକେ ଖୁସି

 କେତେଯେ ନୀରିହ ଶହୀଦ ହୋଇଲେ

 ମାଟି ପଲଟିଲା ମଡାର ଶେଯ

ଧନ୍ୟ ବାପୁ ତୁମ ଶାନ୍ତି ଫଉଜ ...


 ଲୁଣ ଟିକସ କୁ ବିରୋଧ କଲେ

କର ନଦେବାକୁ ନିଷ୍ପତ୍ତି ନେଲେ

 ବିଦେଶୀ ଦରବ ବର୍ଜନ କଲେ

କୁଟି ଖାଇଲେ ସେ କାଟି ପିନ୍ଧିଲେ

 ଜନମ ମାଟିର ମୁକତି ପାଇଁକି

ଭୁଲିଗଲେ ସବୁ ମଜା ମଉଜ

ଧନ୍ୟ ବାପୁ ତୁମ ଶାନ୍ତି ଫଉଜ...


ସତ୍ୟ ଶାନ୍ତି ଆଉ ଧର୍ମ ଦର୍ଶନେ

ଭାରତ ଛାଡର ଗୁରୁ ଗର୍ଜ୍ଜନେ

  ଗୋରା ଶାସକଙ୍କ ହଜିଲା ବୁଦ୍ଧି

  ସଙ୍ଗ୍ରାମିଙ୍କ ଏଣେ ବଢିଲା ଜିଦି

  ଅହିଂସାର ଟାଣ ହାରିଲା କମାଣ

   ତ୍ରୀରଙ୍ଗାରେ ମାଟି ହୋଇଲା ସଜ 

ଧନ୍ୟ ବାପୁ ତୁମ ଶାନ୍ତି ଫଉଜ ....।


   

   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children