STORYMIRROR

Bibhuti Bhusan Mohanty

Classics Inspirational Children

3  

Bibhuti Bhusan Mohanty

Classics Inspirational Children

ଆକାଶ

ଆକାଶ

1 min
221

ଜୀବନରେ ଯଦି ଘନଅନ୍ଧାର ମାଡିଯାଏ...

ନିରାଶା ମନରେ ଘରଟେ କରିଯାଏ...

ତେବେ ସୂର୍ଯ୍ୟର କିରଣ ହାତରେ ଭରିନିଅ,

ନୂତନ ଉନ୍ମଦନା ଚାରିଆଡେ ବିଞ୍ଚିଦିଅ...

ଏକ ନୂତନ ଆକାଶ ବନେଇଦିଅ।।


ଭିନ୍ନ ଭିନ୍ନ ଲୋକ ଏ ପୃଥିବୀରେ...

କିଏ ଜାଣେ କାଲି କିଏ କୋଉଠି ଥିବ?

ସମୟ ର ସ୍ରୋତ ବହିଯାଏ ଏଇଠି...

ତୁମେ କର୍ମ ପଥରେ ଆଗେଇଯାଅ...

ଏକ ନୂତନ ଆକାଶ ବନେଇଯାଅ।।


ଦେଖ ଏଇଠି ଯେଉଁ ନିଳ ଆକାଶ

ବଦଳେ ରଙ୍ଗ ନିଜେ ପ୍ରତୀକ୍ଷଣ....

ବାଦଲ ହୋଇଯାଅ ତୁମେ ସେଇ ଆକାଶରେ...

ପୃଥିବୀ ର ଶୋଷ ମେଣ୍ଟେଇଯାଅ..

ଏକ ନୂତନ ଆକାଶ ବନେଇଯାଅ।।


ଅନ୍ତରୀକ୍ଷ ଅଟେ ଗଭୀର ଅସିମିତ

ଯିଏ ନିଜେ ହିଁ ନିଜେ ନିର୍ମିତ ହୋଇଛି..

ହୋଇଯାଅ ତାରା କୋଳରେ ତାର..

ଚିକମିକ ଚିକମିକ ସଦା ଆଲୋକିତ କରୁଥାଅ..

ଏକ ନୂତନ ଆକାଶ ବନେଇଯାଅ।।


ନିରାଶା ରେ ବି ଲୁଚିଥାଏ ଆଶା

ଏବେ ନା କେହି ରୋକିପାରିବେ ଦେଇ ବାଧା...

ତୁମେ ଉଡିବାକୁ ଡେଣାଝାଡ଼ି ପ୍ରସ୍ତୁତ ହୁଅ...

ଅନନ୍ତ ଗଗନ କୁ ଅତିକ୍ରମ କରିଯାଅ...

ଏକ ନୂତନ ଆକାଶ ବନେଇଯାଅ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics