STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଚିହ୍ନିନେବା

ଚିହ୍ନିନେବା

1 min
169


ଖୋଲା ହୃଦୟର ମଣିଷ ମୁହଁରୁ ମିଳିପାରେ ଖୋଲାହସ,

ମିଠା ମୁରୁକିରେ ବଇରୀ ହେଲେ ବି ହୋଇଯାଏ ଆମ ବଶ |


ସାହାଯୀ କରିବା ସାହାଯ୍ୟ ମିଳିବା ମୂଲ୍ୟବାନ ଉପହାର,

ସବୁଠି ସବୁଠୁ ସାହାଯୀ ପାଇବା ଆଶା ବୃଥାହେବା ସାର |


ଶିକ୍ଷାର କୌଣସି ରଙ୍ଗନାହିଁ ପୁଣି ସ୍ଵାଦନାହିଁ ଗନ୍ଧନାହିଁ,

ଜଳପରି ଶିକ୍ଷା ନିର୍ମଳ ବିଶୁଦ୍ଧ ମାଗିନେବା ନିଜପାଇଁ |


ଶିକ୍ଷାର ଆକାର ପ୍ରକାର ବି ନାହିଁ ପାତ୍ର ଅନୁସାରେ ବଢେ,

ସ୍ଥାନ-କାଳ-ପାତ୍ର ମହତ ବଢାଏ ଶିକ୍ଷା ମଣିଷକୁ ଗଢେ |


ଥରେ ଜିତିଯିବା ଥରେ ହାରିଯିବା ନୁହେଁ ତ ଅନ୍ତିମ ଫଳ,

ହାରିବା-ଜିତିବା ଆଗକୁ ଯିବାକୁ ଦେଇଥାଏ ନୂଆବଳ |


ଅର୍ଥ ହେଉଛି ଛୋଟିଆ ମୁଦ୍ରା ସ୍ୱାସ୍ଥ୍ୟ ହିଁ ବୃହତ ମୁଦ୍ରା,

ପ୍ରେମ ହେଉଛି ତ ଭାଗ୍ୟର ମୁଦ୍ରା ସାଥି ହିଁ ମଧୁର ମୁଦ୍ରା |


ସଂପର୍କ ସୁରକ୍ଷା ସୁବର୍ଣ୍ଣ ମୁଦ୍ରା ସତ୍ୟ ହିଁ ସ୍ଥାୟୀ ମୁଦ୍ରା,

ନିଷ୍ଠା ହେଉଛି ହୀରା ସମାନ ମୋତି ହେଉଛି ଶ୍ରଦ୍ଧା | 


Rate this content
Log in

Similar oriya poem from Inspirational