STORYMIRROR

Debadatta Jena

Classics Inspirational Children

3  

Debadatta Jena

Classics Inspirational Children

ମାଟି,-ମା 'ଟି..

ମାଟି,-ମା 'ଟି..

1 min
194

ମାଟିର ମଣିଷ ମାଟି ଅବଶେଷ, 


ମାଟିର କଥା ମୁଁ କହୁଛି, 


ମାଟି ନୁହେଁ ସେ ତ ମା'ର ବିଶେଷ 


ନାଁ 'ରେ ଅମୃତ ଝରୁଛି, 


ତା ଗୋଡି ମାଟି ପଣତ ଆମର 


ସରାଗେ ସାଇତି ରଖୁଛି, 


ବକ୍ଷରେ ତାହାର ସିନେହ ଶରଧା 


ଅମୃତ ଝରାଇ ଦେଉଛି !


ବୁକୁରେ ତାହାର ଶସ୍ୟ ଶ୍ୟାମଳା 


ଅନ୍ନରେ ଆମକୁ ପାଳୁଛି, 


ରତ୍ନ ଗର୍ଭା ସେ, ତା'ବୁକୁ ଶଇଳେ 


ଅମୁଲ୍ୟ ସମ୍ପଦ ରହିଛି, 


ମାଟିରୁ ଉପୁଜା ତା ପୁଣ୍ୟ ଭୂଇଁରେ 


ଆମେ ସବୁ ବଳିୟାନ, 


ଜନନୀ ଜନ୍ମଭୂମି ସେ ଯେ ଆମର 


ସ୍ୱର୍ଗ ଠାରୁ ଗରିୟାନ !


ତା ପାଣି ପବନ ଜୀବନ ଆଧାର 


ଜୀବନ ସଂଗୀତ ଗାଉଛି, 


ତା ପାଇଁ ଜୀବନ ଧନ୍ୟ ଯେ ଆମ 


ମରମ କଥାଟି କହୁଛି, 


ମାଟି ମା ପାଇଁ ଜୀବନ ଦେବାରେ 


ପଛ ଘୁଞ୍ଚା ନାହିଁ ଜାତକେ, 


ସ୍ୱାର୍ଥ ସିଦ୍ଧି ପାଇଁ ନ ହୁଅ ଆତୁର 


ନ' ଡର କେବେ ଆତଙ୍କେ !


ମାଟି ପାଇଁ ଏ ଜୀବନ ଯାଉ 


ରହିବନି କେବେ ଶୋକ, 


ତା ପାଣି ପବନ ଜୀବନେ ରକତ 


ଲାଗିବନି ଅବଶୋଷ, 


ନିଜ ସ୍ୱାର୍ଥ ପାଇଁ ନିଜ ସିଦ୍ଧି ପାଇଁ 


କରିବନି କିଛି ଅପମାନ, 


ମା ମାଟି ପାଇଁ ଏ ଜୀବନ ସାର୍ଥକ 


ହିଁ ପ୍ରକୃତ ମାନ ସମ୍ମାନ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics