ଅଧାଫୁଟା କଳି
ଅଧାଫୁଟା କଳି
ଆହେ ଶିଶୁଗଣ ତୁମେ ସବୁ ଆମ ପ୍ରିୟ ଅଧାଫୁଟା କଳି
ତୁୁମ ଭବିଷ୍ୟତ ପାଇଁ ଆମ ଚିନ୍ତା ଆମ୍ଭେ ବଗିଚାର ମାଳି ।
ଆଜି ସିନା ତୁମେ କୋମଳ କଳିକା କାଳି ହେବ ପ୍ରସ୍ଫୁଟିତ
ବିମୁଗ୍ଧ ବାସ୍ନାରେ ମହକାଇ ଦେବ ଖୁସି ହେବ ଏ ଜଗତ ।।
ବାକ୍ୟ ବୀର ନୁହଁ କର୍ମ ବୀର ସାଜି ସୁକର୍ମରେ ହୁଅ ରତ
ତେଜିଣ ଭୀରୁତା ଆଳସ୍ୟ ପଣକୁ ରଖ ମାଟିର ମହତ ।।
ମାଆ ମାଟି ଆଉ ମାତୃଭାଷା ପ୍ରୀତି ଭୁଲିବନି କେବେ ଦିନେ
ଭାରତ ମାତାର ଅମୃତ ସନ୍ତାନ ବ୍ରତୀ ରହ ସେବା ଧର୍ମେ
ଫୁୁୁଲର ପାଖୁଡ଼ା ସମ ତୁମ ହାତେ କର ହେ ମହତ କର୍ମ
ମଉଳି ଯିିିିବନି ସଜ ଫୁଲ ସାଜି ରହିଥିବ ସବୁଦିନ
