STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ସଭିଙ୍କୁ ଜଣା

ସଭିଙ୍କୁ ଜଣା

1 min
171

ମାଟିର ମଣିଷ ମାଟିରେ ତା ହସ

ମାଟିରେ ରହିଛି କେତେ କାହାଣୀ,

ମାଟି ସାଥେ ମିଶି ହୋଇଯାଏ ମାଟି

ମାଟି ଦିଏ ଫଳ ମନକୁ ଜାଣି।

ମାଟିର ଶସ୍ୟ ଫଳମୂଳ ଖାଇ 

ମଣିଷ ହୁଅଇ ବଳବାନ,

ମାଟିରେ ଗଢଇ ବାସଗୃହଟିଏ

ମାଟିଘର ଆମ ଅଟେ ମହାନ।

ଖରା ବର୍ଷା ଶୀତ ହିଂସ୍ରଜନ୍ତୁ ଠାରୁ

ରକ୍ଷାକରେ ଏହି ମାଟିଘର,

ଏହି ଘରେ ମିଳେ ସରଗର ସୁଖ

ମାଟିଘର ପରା ବୈକୁଣ୍ଠ ପୁର।

ଏନ୍ତୁଡି ଜଳଇ, କୁଆଁ କୁଆଁ ରାବେ 

ହସିଉଠେ ତାର ଅଗଣା,

ବୁଢାବେଳ କଟେ ସୁଖଦୁଃଖ ଭରା 

ମାଟିଘର ସେ ସଭିଙ୍କୁ ଜଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational