STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଫୁଲକଢି ମୁହିଁ ଅଫୁଟା ଫୁଲ

ଫୁଲକଢି ମୁହିଁ ଅଫୁଟା ଫୁଲ

1 min
210


ଫୁଲକଢି ମୁହିଁ ଅଫୁଟା ଫୁଲ

 ମୋ ମୂଲ ଅମୂଲ ମୂଲ,

ଫୁଲକଢି ଥାଏ ଫୁଟିଗଲେ ଥରେ

ବାସ ଯେ ବହୁତ ମୂଲ।


ଫୁଲକଢି ବେଳୁ ଦୁର୍ବୁଦ୍ଧି ଖଟାଇ

କଳିକା କେ କରେ ନଷ୍ଟ,

ଡହଳ ବିକଳ ଆର୍ତ୍ତନାଦ କରେ

ହୁଏ ମୋତେ ଭାରି କଷ୍ଟ।


ମୋ ଭଳି କଳିକା ଫୁଟି ହୋଇଥାଏ

କେତେ ବଡ଼ ତ ପ୍ରତିଭା,

ଦେଶମାତୃକାର ମାନ ବଢାଇଣ

କରେ ସିଏ ଦେଶ ସେବା।


ସେନେହ ମମତା ଆଦର ତ ଖୋଜୁ 

ଆମେ ସବୁ ଫୁଲକଢି,

ନରମ ଶରୀର କଣ୍ଟାର ଆଘାତେ

କାହିଁ ଦିଅ ମକଚି ଦଳି।

ଆମେ ସବୁ ଫୁଲକଢି।




Rate this content
Log in

Similar oriya poem from Inspirational