STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଫୁଲକଢି ମୁହିଁ ଅଫୁଟା ଫୁଲ

ଫୁଲକଢି ମୁହିଁ ଅଫୁଟା ଫୁଲ

1 min
214


ଫୁଲକଢି ମୁହିଁ ଅଫୁଟା ଫୁଲ

 ମୋ ମୂଲ ଅମୂଲ ମୂଲ,

ଫୁଲକଢି ଥାଏ ଫୁଟିଗଲେ ଥରେ

ବାସ ଯେ ବହୁତ ମୂଲ।


ଫୁଲକଢି ବେଳୁ ଦୁର୍ବୁଦ୍ଧି ଖଟାଇ

କଳିକା କେ କରେ ନଷ୍ଟ,

ଡହଳ ବିକଳ ଆର୍ତ୍ତନାଦ କରେ

ହୁଏ ମୋତେ ଭାରି କଷ୍ଟ।


ମୋ ଭଳି କଳିକା ଫୁଟି ହୋଇଥାଏ

କେତେ ବଡ଼ ତ ପ୍ରତିଭା,

ଦେଶମାତୃକାର ମାନ ବଢାଇଣ

କରେ ସିଏ ଦେଶ ସେବା।


ସେନେହ ମମତା ଆଦର ତ ଖୋଜୁ 

ଆମେ ସବୁ ଫୁଲକଢି,

ନରମ ଶରୀର କଣ୍ଟାର ଆଘାତେ

କାହିଁ ଦିଅ ମକଚି ଦଳି।

ଆମେ ସବୁ ଫୁଲକଢି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational