STORYMIRROR

Dharitri Das

Abstract Children

3  

Dharitri Das

Abstract Children

ନାଲିରକ୍ତ

ନାଲିରକ୍ତ

1 min
170

ନାଲି ତ ନାଲି ରକତ ନାଲି

ହୁଏନି କେବେ ହଳଦୀ ନେଳି।

ସବୁରି ଦେହେ ବହୁଛି ସେହି

ରଙ୍ଗଟି ନାଲି ସବୁଜ ନୋହି।

ରକତ ଦାନ ମହତ ଦାନ

କରିଣ ଆମେ ଅର୍ଜିବା ପୁଣ୍ୟ।

ବିଅର୍ଥେ ତାକୁ ବୁହାନି ଜମା

ହୋଇବ ସେତ ଜୀଵନ ବୀମା।

ସଡ଼କ ନୀତି ମାନିବା ସର୍ବେ

ରକତେ ନାଲି ନକରି କେବେ।

ରଖିବା ତାକୁ ସାଇତି ଆମେ

ଆସିବ ସେତ ରୋଗୀଙ୍କ କାମେ।

ନାଲି ତ ନାଲି ରକତ ନାଲି

ଉଦୟ ଅସ୍ତ ସୂରୁଜ ନାଲି।

ରକ୍ତିମ ବର୍ଣ୍ଣ ଦିଶଇ ପୁଣି

ନିଅଇ ସତେ ମନକୁ କିଣି।

ନାଲି ତ ନାଲି ରକତ ନାଲି

ମାଆର ମୁଣ୍ଡେ ସିନ୍ଦୁର ନାଲି।

ଥିଲେରେ ସିଏ ମୁଣ୍ଡରେ ତାର

ସଧବା ବୋଲି ବୋଲନ୍ତି ନର।

ନାଲି ତ ନାଲି ରକତ ନାଲି

ଆହୁରି ବେଶୀ ମନ୍ଦାର ନାଲି।

ମଙ୍ଗଳା ମାଆ ମସ୍ତକେ ଶୋହେ

ସୌନ୍ଦର୍ଯ୍ୟ ମୟ ରୂପକୁ ବହେ।

ଗୋଟିଏ କଥା ଶୁଣରେ ଭାଇ

କରିବା କାମ ସଚେତ ହୋଇ।

ରକ୍ତିମ ବର୍ଣ୍ଣ ସୂରୁଜ ପରି

ଶୀତଳ କର ପ୍ରଦାନ କରି।

ସଭିଙ୍କୁ ଦେଖି ସମାନ ରୂପେ

ନକରି ଯୁଦ୍ଧ ଅଧିକ କୋପେ।

ସିନ୍ଦୁର ପରି ଶୋଭାକୁ ଧରି

ଦେଶରୁ ତୁମେ ବିନାଶି ଅରି।

ମନ୍ଦାର ପରି ସୌନ୍ଦର୍ଯ୍ୟ ମୟ

ହେଉରେ ଦେଶ ଦୁରେଇ ଭୟ।

ଆଦର୍ଶ ଦେଶ ଗଠନ କରି

ଭାତୃତ୍ୱ ଭାବ ହୃଦୟେ ଭରି।

ଅଯଥା ଯୁଦ୍ଧେ ରକତ ପାତ

ନକରି ସାଜ ଶାନ୍ତିର ଦୂତ।

ନକରି ସାଜ ଶାନ୍ତିର ଦୂତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract