STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ରକ୍ତ

ରକ୍ତ

1 min
239

"ରକତ" ସାରା ଦେହରେ ବହି

ଦେହକୁ ରଖେ ସୁସ୍ଥ

ରକତ ହେଲେ ଦେହରୁ ଉଣା

ରୋଗ କରନ୍ତି ବ୍ୟସ୍ତ ।


ଜାଲ ପରିକା ଶିରା ପ୍ରଶିରା

ଧମନୀ ବାଟ ଦେଇ

ହୃତପିଣ୍ଡର ନିୟନ୍ତ୍ରଣରେ

ବହେ ରକତ ନଈ ।


ରକତେ ଯେଉଁ ପ୍ଲାଜମା ଥାଏ

ପାଣିତ ପାଣି ଖାଲି

ଲୋହିତ ରକ୍ତ କଣିକା ତାର         

ରଙ୍ଗକୁ କରେ ନାଲି ।


ହିମୋଗ୍ଲୋବିନ ଅମ୍ଳଜାନର

ବାହକ ପରା ସେହି

ପ୍ରତିଟି ଜୀବକୋଷ ପାଖକୁ

ନିଅଇ ସେତ ବୋହି ।


ଶ୍ୱେତ ରକତ କଣିକା ସେତ

ଦେହର ସଇନିକ

ରୋଗ ଜୀବାଣୁ ସାଥିରେ ଲଢି

ନାଶନ୍ତି ବ°ଶ ତାଙ୍କ ।


ଦେହରେ ହେଲେ ଖଣ୍ଡିଆ କାହିଁ

ରକତ ଯାଏ ଝରି

ରକତେ ଅଛି ଅଣୁ ଚକ୍ରିକା

ଜମାଟ ଦିଏ କରି ।


ରକତ ଗଲେ ଦେହରୁ କମି

ବେମାରୀ ଜାତିଜାତି

ଦେହକୁ ଆମ ଯାଆନ୍ତି ଘେରି

ଜୀବନ ପାଇଁ ଭିତ୍ତି ।


ରକ୍ତହୀନତା ଦୂର ପାଇଁକି

ନେବାକୁ ପଡେ ରକ୍ତ

ରକତ ନେଇ ରୋଗୀଣା ଲୋକ

ହୁଅଇ ପୁଣି ସୁସ୍ଥ ।


ପନିପରିବା ଖାଇଲେ ଶାଗ

ଦେହରେ ବଢେ ରକ୍ତ

ନିରୋଗ ରହେ ଦେହ ଓ ମନ

ଦେହକୁ ରଖେ ସୁସ୍ଥ ।



Rate this content
Log in

Similar oriya poem from Children