STORYMIRROR

Satyabati Swain

Inspirational

2  

Satyabati Swain

Inspirational

ଇତିହାସ ଯିବ ହୋଇ

ଇତିହାସ ଯିବ ହୋଇ

1 min
13.7K


କେଉଁଠି ନାହିଁ ଯେଉଁଠି ଅଛି ବାରମାସେ ତେର ପରବ

ସେଇ ମୋହର ଜନମ ଭୂଇଁ ଓଡିଶା ମୋର ଗରବ ।।

ସେଦିନ କାହିଁ କାଳ ଗରଭେ ଗଲାଣି ଅବା ହଜି

ଓଡ଼ିଆ ମୁହିଁ ଓଡ଼ିଆ ଭାଵ କେହି ପାରେନା ହେଜି।।

 ନିଜ ମାଟିର ନୂଆ ବରଷ ପାଳୁ ନା କେହି ଆମେ

 ‎ପର ତିଅଣ ସୁଆଦ ଲାଗେ ଲାଜ ଲାଗେନା ଲବେ।।

 ‎ଇଂରାଜୀ ନୂଆବରଷ ପାଇଁ ଗ୍ରୀଟିନିସ ଛୁଅ ଛୁଟେ

 ‎ଅଭିନନ୍ଦନ ପାର୍ଟି ପିକନିକ ରଙ୍ଗୀନ ଆସର ଜମେ।।

 ‎ନିଜ ବେଳକୁ ଜାଣିପାରୁ ନା ଏଦିନ ଆସେ କେବେ

 ‎ପାଶ୍ଚାତ୍ୟ ସଭ୍ୟତା ପାଗଳ କରେ ନେଟ ଯୁଗ ଏବେ।।

 ‎ଓଡ଼ିଆ ନୂଆବରଷ କ'ଣ କେବେ ବା ଏହା ପଡ଼େ

 ‎ହାତ ଗଣତି କେଇଜଣ ଜାଣିଥିବେ ପଦେ ଅଧେ।।

 ‎ମଲ୍ଲୀ ମହକ ହାତରେ ଧରି ପଣା ସଂକ୍ରାନ୍ତି ଆସେ

 ‎ଚଉରା ମୂଳେ ଠେକିର ପାଣି ଝାମୁର ଝୁଣା ବାସେ।।

 ‎ଠାଆକୁ ଠାଆ ପାଣି ଛତର ଅଭଡ଼ା ପାଣି ବାସ

 ‎ପାଟୁଆ ନାଚେ ବେତ ବାଡ଼ି ଘଣ୍ଟ ପାଟୁଆ ବେଶ।।

 ‎କାଆଁ ଭାଁ ଏ ପରମ୍ପରା ଆମ କାନ୍ଦୁଛି କଇଁ କଇଁ

 ‎ହୁଏତ ଆଉ କେଇଟା ଦିନେ ଏ ଇତିହାସ ଯିବ ହୋଇ।

 ‎ଡାଏନୋସର ମିଉଜିଅମେ ଦେଖିଲା ପରି ପିଲେ

 ‎କହିବେ ଏ ଓଡ଼ିଆ ସଂସ୍କୃତି ଆମର ଥିଲା ଦିନେ।।

 ‎ସଂସ୍କୃତି ପରମ୍ପରା ଯହିଁ ବଞ୍ଚିବ ନାହିଁ କି ବିକାଶ ହେବ

 ‎ପ୍ରଗତି ପଥେ ଉନ୍ନତି ରଥେ ଓଡିଶା କି ଗଣା ଯିବ??

 ‎ଅଛିରେ ବେଳ ହୁଅରେ ମେଳ ରୋକ ଏ ଅବକ୍ଷୟ

 ‎ମା ମାଟିର ମାନ ବଞ୍ଚାଇ ନିଦରୁ ଉଠ ଓଡ଼ିଆ ପୁଅ।।

 ‎


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational