STORYMIRROR

K. Nirmal

Inspirational

3  

K. Nirmal

Inspirational

ଇତି ହୋଇଗଲେ କିଛି ତ ନଥାଏ

ଇତି ହୋଇଗଲେ କିଛି ତ ନଥାଏ

1 min
25.7K


"ଇ" କବିତା

ଇତି ହୋଇଗଲେ କିଛି ତ ନଥାଏ

◆◆◆◆◆◆◆◆◆◆◆◆


ଇସାରାରେ ଆଜି ନାଚୁଛି ମଣିଷ

ମାଟିର କଣ୍ଢେଇ ଭଳି,

ଯାଦୁଗର ଆଜି ନିଜେ ଖୁସି ହୋଇ

ଦେଖାଏ ଯାଦୁର ମେଳି।


ଇଙ୍ଗିତ କରନ୍ତି କିଛି ଲୋକ ଏଠି

ଜାଣିନାହିଁ କିଛି ସିଏ,

ଯାଦୁ ଦେଖିସାରି ଲୋକମାନେ ଖାଲି

ଶେଷରେ ସାବାସ ଦିଏ।


ଇତି ହୋଇଗଲେ କିଛି ତ ନଥାଏ

ଭବରଙ୍ଗ ଭୂମି ତଳେ,

ଶେଷ ସୋପାନରେ ଚଢ଼ି ନ ଜାଣିଲେ

ଶେଷରେ ବସି ସେ ଭାଳେ।


ଇଚ୍ଛା କରି ଆଜି ଭାବୁଛୁ ଯାହାତୁ

ଦେଖିବୁ ଏହି ମର୍ତ୍ତ୍ୟରେ,

ଶୂନ୍ୟ ଶୂନ୍ୟ ଆଜି ଏ ମରୁ ଭୂମିରୁ

ପହଞ୍ଚିବୁ ସ୍ୱର୍ଗଦ୍ୱାରେ।


◆ କେ.ନିର୍ମଳ

◆ ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)

◆ ମୋବାଇଲ୍:-୯୫୬୬୧୧୩୬୦୭


Rate this content
Log in

Similar oriya poem from Inspirational