STORYMIRROR

Gitanjali Pujapanda

Abstract Classics

3  

Gitanjali Pujapanda

Abstract Classics

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
225

ଆକାଶ ର ବକ୍ଷ ଚିରି ଉଭା ହୋଇ ଅଛି,

ସପ୍ତ ରଙ୍ଗ ର ସମାହାର ସତେ ଯେପରି

ରାଜକନ୍ୟା ଗଳା ରେ ଚମକେ ସାତ ରଙ୍ଗ ର ହାର । ଖରା ରିମଝିମବର୍ଷା ମିଶ୍ରଣରେ

ଗଢିଉଠେ ଇନ୍ଦ୍ରଧନୁ ସାତଟି ରଙ୍ଗ

ସତେ ଯେପରି କୁଆଁରୀମନ ରେ ନାଚି

ଉଠୁ ଥିବା ସାତ ତରଙ୍ଗ  ।                 

ଆକାଶ ରେ ନିମିଷକ ପାଇଁ ରହିଯାଏ

ସେହି ସାତରଙ୍ଗ ଯେପରି ମରୁଭୂମି ରେ

ମରିଚିକା ଅନୁସନ୍ଧାନ ପଥିକ ର ଚଞ୍ଚଳ ମନର ରଙ୍ଗ

ପୁଣି ଚାଲ ଖୋଜିବା ସେଇ ସାତ ରଙ୍ଗ

ଯାହା ଆଜି ହଜି ଯାଇଛି

ଏଇ ମଣିଷକୃତ କର୍ମରେ ଧୂଆଁରେ।

କରି ଆମେ ଶପଥ ପରିବେଶ କୁ କରିବା

ଆମେ ପ୍ରଥମେ ସୁରକ୍ଷିତ।

ତେବେ ଯାଇ ହସିବ ଆକାଶ ରେ

ଇନ୍ଦ୍ରଧନୁଟି ଦେଖି ତାକୁ ମନ ହେବ

ପ୍ରଫୁଲିତ ଭରିଯିବ ରଙ୍ଗୀନ ସ୍ବପ୍ନ ର କୁହୁକ।

                                                                           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract