STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଇମୋଜିରେ ପ୍ରେମ

ଇମୋଜିରେ ପ୍ରେମ

1 min
130


ଅନେକ ଥର ତୋ ସହ 

ମୁଁ ଇମୋଜିରେ କଥା ହୁଏ 

ତୋର ଭାବନା ତକ

ଖୁବ୍ ଶୀଘ୍ର ତୁ ପଠାଇଥିବା 

ଇମୋଜିରେ ବୁଝିପାରେ 

ସତେ ଯେମିତି ଇମୋଜି 

ଆମ ଭାବ ଆଦାନ ପ୍ରଦାନର

ସର୍ବଶ୍ରେଷ୍ଠ ମାଧ୍ୟମ 

ତୁ ଇମୋଜିରେ ପ୍ରେମକରୁ 

ମୁଁ ଖୁବ୍ ଶୀଘ୍ର ଗ୍ରହଣ କରିନିଏଁ

ଭାବି ବସେ ଇମୋଜି 

ଆଜି ପ୍ରେମର ମାଧ୍ୟମ ସାଜି 

ପ୍ରେମର ଫଲ୍ଗୁ ଢାଳିଦିଏ

ତୋ ପଠାଇଥିବା ଇମୋଜି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance