STORYMIRROR

Sanjya Tripathy

Classics Fantasy

4  

Sanjya Tripathy

Classics Fantasy

ଇଲେକ୍ସନ୍ ଏକ ଋତୁ

ଇଲେକ୍ସନ୍ ଏକ ଋତୁ

1 min
162


ଇଲେକ୍ସନ୍ ଏକ ଋତୁ

ଏ ଋତୁ ଆସିଯାଏ

ପ୍ରତିଶ୍ରୁତି ଓ ପ୍ରଲୋଭନର ଚୋରା ମଳୟରେ

ମଦମାଂସ ଓ ଅର୍ଥ ପ୍ରଳୟଙ୍କରୀ ବନ୍ୟାରେ

ଅହେତୁକ ଗୋଷ୍ଠୀ ସଂଘର୍ଷ ଓ ସାଂପ୍ରଦାୟିକ

ବିଦ୍ବେଷର ବିବର୍ଷ ବସନ୍ତରେ ।

ଇଲେସନ୍ ଆସେ

ପ୍ରଚାର ସର୍ବ ରାଜନୀତିର ପ୍ରକୃଷ୍ଟ ପୃଷ୍ଠଭୂମିରେ

ଅନେକ ଅସ୍ଥାୟୀ ଉଦ୍ୟୋଗର ଉଜାଣି ଯମୁନାରେ

ସଂଭୋଗ ସଂଭାଷଣର

ଉତଙ୍କଠାରେ ।

ଇଲେସନ୍ ଆସିଛି

ତୁଷ୍ଟୀକରଣରେ କବଳିତ ନିଭୃତ କାମନାରେ

ରାଜନୀତିର ପ୍ରଦୁଷିତ ବେଳାଭୂମିରେ

କ୍ଷମତା ଅଳିବରେ, କେନ୍ଦ୍ରୀଭୂତ ସ୍ୱାର୍ଥପରତା ଓ

ଆତ୍ମସର୍ବ ମନୋବୃତିର ଆଗ୍ନେୟଗିରିରେ ।

ଇଲେସନ୍ ଆସିଥାଏ

ନିର୍ଦ୍ଦିଷ୍ଟ କାମନାର ବିହଙ୍ଗ ବିପ୍ଳବରେ

ଦଳଗତ ରାଜନୀତିର କୁଟିଳ କୁରୁକ୍ଷେତ୍ରରେ

ନିଃସହାୟ, ନିସ ଜନତାଙ୍କ (ବ୍ୟାପକ ବିପଗନରେ)

ନିଜ ନିଲାମରେ

ଇଲେକ୍‌ସନ୍ ଆସିବା

ସମନ୍ବିତ ବିକାଶର ସଂବେଦନଶୀଳ ସଂଗ୍ରାମରେ

ପ୍ରଦୂଷଣ ରହିତ ପ୍ରଶାସନର ଉତରଦାୟୀ ଆଭିମୂଖ୍ୟରେ

ରାଜନୀତିର ବିବର୍ତ୍ତିତ ପୃଥକ ଏକ ପରିଭାଷାରେ

ରାଜନେତାଙ୍କ ପରିବର୍ତ୍ତିତ ମାନସିକତାର

ମୃଦୁଦ ମଳୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics