STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ଈଶ୍ଵରଙ୍କ ହସ୍ତାକ୍ଷର

ଈଶ୍ଵରଙ୍କ ହସ୍ତାକ୍ଷର

1 min
211


ଭଲଚିଜ ଥିବା ଦୋକାନକୁ ଗଲେ ବାସନା ତ ଭରିଥାଏ,

କିଣ ବା ନ କିଣ ସବୁ ଗ୍ରାହକ ତା' ସୁବାସକୁ ପାଇଥାଏ |


ଭଲଲୋକ ପାଶେ ଥାଏ ସଦଗୁଣ ମିଳେ ତାଙ୍କଠାରୁ ନ୍ୟାୟ,

ଦିଆନିଆ କିଛି ହେଉ ବା ନ ହେଉ ପ୍ରଭାବ ପଡ଼ିବା ଥାୟ |


ଯାହାର ଭାବନା ଦୁଃସମୟ ଦେଖି ବଦଲୁଛି ଘନଘନ,

ତାକୁ ତ ଭରସା କରି ହେବନାହିଁ ଦେଉପଛେ ଯେତେଧନ |


ସେହି ଲୋକ ସିନା ହୁଅନ୍ତି ନିଜର ଦେଖି ଜାଣେ ଆମ ସୁଖ,

ବୁଝି ପାରନ୍ତି ସେ ଆମ ମନକଥା ହୃଦୟରେ ଥିବା ଦୁଃଖ |


ଜୀବ ଜଗତରେ ମଣିଷ କେବଳ ଅର୍ଜନ କରୁଛି ଧନ,

ଅନ୍ୟ କେଉଁଜୀବ ଧନପାଇଁ କେବେ ବଳାଇ ନାହାନ୍ତି ମନ |


ବିଚିତ୍ର କଥା ଏ' ଅନ୍ୟଜୀବ କେହି ଭୋକରେ ମରନ୍ତି ନାହିଁ,

ଆହୁରି ଆଶ୍ଚର୍ଯ୍ୟ ମଣିଷର ପେଟ-ମନ କେବେ ପୂରେନାହିଁ |


ଆମରି ମୁହଁର ମୁରୁକି ହସ ହିଁ ଈଶ୍ୱରଙ୍କ ହସ୍ତାକ୍ଷର,

ତାକୁ ପୋଛିବାକୁ ଲୁହ ଆଉ ରାଗ ଦୁଇଟି ଅଛି ଆମର ।



Rate this content
Log in

Similar oriya poem from Inspirational