ଈଶ୍ୱର
ଈଶ୍ୱର
ସବା ଆଗେ ଆଉ ସବା ପଛେ ଥାଅ
ଅଥଚ ଖୋଜିଲେ ମିଳନି !
ଈଶ୍ବର ଅଛ ବୋଲି ମନ ଟା
ଜମା ମାନୁନି !
ତୁମେ ସର୍ବ ଶକ୍ତିମାନ ।
ବୋଉ କହେ ।
ବାପା ମାନନ୍ତିନି କାହିଁ କେଜାଣି!
ଦେଖା ତ ଦେଉନ
କେମିତି ଯାଣିବି
ତୁମେ ଭଗବାନ !
ନଟ ମଉସା ଭଗବାନ ଭଳିଆ ଲୋକ।
ତମେ କଣ ନଟ ମଉସା?
ଗୁରୁ ହି ସାକ୍ଷାତ ଈଶ୍ବର।
ତମେ କଣ ଯଦୁସାର ?
ଯିଏ ବି ହୁଅ ସବୁ "ଭଲ' ହିଁ ତମ ବେଉସା।।
