STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଈଶ୍ୱର

ଈଶ୍ୱର

1 min
214


ଈଶ୍ବର ଏକ ବଡ଼ ପ୍ରଶ୍ନବାଚ୍ଚୀ (?)

କିଏ କହେ ଯୋଗକ୍ରିୟା(+)କରଣୀୟ

ନୀରୋଗ କାୟା, ଶୁଭଲାଭ, ସୁଖଶାନ୍ତି ଭୋଗ

ଧନରାଶିର ଅଭିବୃଦ୍ଧି, ପ୍ରାପ୍ତି ଯୋଗେ ସବୁକିଛି

ସାଧୁଜନେ ଏ ଭବ ସଂସାରେ

ଯୋଗବଳେ ନିସ୍ତରନ୍ତି ଭଗବାନୀ ମାୟା ।

ଏବେ ତ ଚାରିଆଡ଼େ ମହାମନ୍ଦୀ

ନାହିଁ ନାହିଁ ଖାଁ ଖାଁ କ୍ଷତି ,ଋଣକୃତ୍ୱ।

ଘୃତ ସବୁ ପିଇଯିବା ବେଳ, ଦୂର୍ବଳ ଆତ୍ମବଳ

ବିଶ୍ୱାସେ ନାମରେ ବିଷ ଶତୃ ବି ଅଦୃଶ୍ୟ

ଦିଅଁ ଦରଶନ ମନା

ପତିତ ପାବନ ବାନା ରେ ବି ନିଆଁ

ଏଣୁ ଅଭ୍ୟାସୁଛୁ ନୂଆ ନୂଆ

ବିୟୋଗାନ୍ତ କ୍ରିୟା (-) ‌।

ଯୋଗ(+)ବିଯୋଗ(-) ର ଚାଲିଛି ମନ୍ଥନ

ଅନନ୍ତ ବାସୁକୀ ନାଗ ରସି କଷାକଷି

ମହାଭାରତ ର ଶରଶଯ୍ୟା ରେ

ପିତାମହ ଭୀଷ୍ମ, ଶାନ୍ତି ପାଠ ବେଳାଟିଏ ବାକି

ଆସିବା ହେଉ ଉତ୍ତରାୟଣ,ବିଶ୍ୱ ଗୁରୁ

ସୁଦର୍ଶନ ଚକ୍ର ଧାରୀ କୃଷ୍ଣ,

ଉଦଘୋଷୁ ପଞ୍ଚଜନ୍ୟ ସୃଷ୍ଟି ର ଓଁକାର

ନାଦବ୍ରହ୍ମୁ ନବନ୍ମେଷ ଲଭୁ ଏ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics